ଓଡିଶା

odisha

ପୁରାତନ ବାରକ୍ସ ପୂଜାମଣ୍ଡପରେ ଚାଲିଛି ମହାଷ୍ଟମୀ ପୂଜା, ମଧ୍ୟରାତ୍ରରେ ହେବ ସନ୍ଧି ପୂଜା

By

Published : Oct 3, 2022, 8:30 PM IST

Published : Oct 3, 2022, 8:30 PM IST

ବ୍ରହ୍ମପୁର: ଜଗତ ଜନନୀଙ୍କ ଆଗମନରେ ଉତ୍ସବ ମୁଖର ସମସ୍ତ ପୂଜା ମଣ୍ଡପ । ଏହି ଅବସରରେ ସହରର ପୁରୁଣା ବସଷ୍ଟାଣ୍ଟଠାରେ ବାରକ୍ସ ପୂଜା କମିଟି ପକ୍ଷରୁ ଚାଲିଛି ଦେବୀ ଦୁର୍ଗାଙ୍କ ମହାଷ୍ଟମୀ ପୂଜାର୍ଚ୍ଚନା । ସକାଳ ସମୟରୁ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ମହାଷ୍ଟମୀର ସମସ୍ତ ପୂଜାର୍ଚ୍ଚନା ଜାର ରିହିଛି । ବ୍ରହ୍ମପୁର ସହରର ବାରକ୍ସ ପୂଜା କମିଟି ପୁରାତନ ପୂଜା କମିଟି ହୋଇଥିବା ବେଳେ ଚଳିତ ବର୍ଷ ଏଠାରେ ଆକର୍ଷଣୀୟ ସାଜସଜ୍ଜା ସହିତ ସୁଉଚ୍ଚ ତୋରଣ କରାଯାଇଛି । ଏହି ଅବସରରେ ପୂଜା ମଣ୍ଡପରେ ଭକ୍ତଙ୍କ ଗହଳି ଲାଗିବା ସହିତ ଶ୍ରଦ୍ଧାଳୁ ମାନେ ମା’ଙ୍କ କରୁଣା ଲାଭ କରିଥିଲେ । ଦିନ ତମାମ ମହାଷ୍ଟମୀ ପୂଜା ପାରମ୍ପାରିକ ରୀତିନୀତିରେ ଚାଲିଥିବା ବେଳେ ମଧ୍ୟରାତ୍ରରେ ଆୟୋଜିତ ହେବ ମାଆଙ୍କ ସନ୍ଧି ପୂଜା । ଏନେଇ ବାରକ୍ସ ପୂଜା ମଣ୍ଡପରୁ ଅଧିକ ସୂଚନା ଦେଉଛନ୍ତି ଆମ ବ୍ରହ୍ମପର ସମ୍ୱାଦଦାତା ସମୀର ଆଚାର୍ଯ୍ୟ । ଇଟିଭି ଭାରତ, ବ୍ରହ୍ମପୁର

ABOUT THE AUTHOR

...view details