ଲିଙ୍ଗରାଜଙ୍କ ପ୍ରସାଦ କୋରାଖଇ ଖାଇଲେ ଅମିତ ଶାହ - Kora Khai
ଭୁବନେଶ୍ବର: ଗୃହମନ୍ତ୍ରୀ ଅମିତ ଶାହ ଖାଇଲେ ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ କୋରାଖଇ । ଆଜି ସକାଳୁ ଲିଙ୍ଗରାଜ ମନ୍ଦିର ଯାଇ ବାବାଙ୍କୁ ପୂଜାର୍ଚ୍ଚନା କରିବା ସହ ଦର୍ଶନ କରିଥିଲେ । ପରେ ଦଳୀୟ ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଘରକୁ ଯାଇ ଜଳପାନ କରିଥିଲେ । ସମୀର ମହାନ୍ତି ପରିବାର ଶାହଙ୍କୁ ସ୍ବାଗତ କରିବା ସହ କାଞ୍ଚି ବିଜୟର ପଟ୍ଟଚିତ୍ର ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହାସହ କାଞ୍ଚି ଅଭିଯାନ ବିଷୟ, ପଦ୍ମାବତୀ ବିଷୟ ଏବଂ ଗଜପତିଙ୍କ ବିଷୟରେ ଆଲୋଚନା ହୋଇଥିବା ସମୀର କହିଛନ୍ତି । ଜଳପାନରେ ଲିଙ୍ଗରାଜଙ୍କ କୋରାଖଇ ପୋଡ ପିଠା ସହ ଓଡିଆ ବ୍ୟଞ୍ଜନ ଖାଇଥିଲେ ଶାହ । ଏନେଇ ସୂଚନା ଦେଇଛନ୍ତି ସମୀର ମହାନ୍ତି ।