ହାତରେ ଖଣ୍ଡା ଧରି ଦାଣ୍ଡିଆ ଖେଳିଲେ ମହିଳା
ଗାନ୍ଧୀନଗର: ନବରାତ୍ରୀକୁ ନେଇ ଚାରି ଆଡେ ମହାମାୟୀଙ୍କ ପୂଜା କରାଯାଉଥିବା ବେଳେ ବିଭିନ୍ନ ସ୍ଥାନରେ ଦାଣ୍ଡିଆ ନୃତ୍ୟର ମଧ୍ୟ ଆୟୋଜନ କରାଯାଉଛି । ନବରାତ୍ରୀ ଅବସରରେ ଗୁଜୁରାଟରେ ଦାଣ୍ଡିଆ ନୃତ୍ୟ କରୁଥିବା ସମୟରେ ପାଟଣରେ ଏକ ନିଆରା ଦୃଶ୍ୟ ଦେଖିବାକୁ ମିଳିଥିଲା । ବାଡିରେ ଦାଣ୍ଡିଆ ଖେଳିବା ପରିବର୍ତ୍ତେ ହାତରେ ଖଣ୍ଡା ଧରି ଦାଣ୍ଡିଆ ଖେଳିଥିଲେ ମହିଳା ମାନେ । କ୍ଷତ୍ରିୟ ସମ୍ପ୍ରଦାୟର ମହିଳାମାନେ ସେମାନଙ୍କର ପାରମ୍ପାରିକ ପୋଷାକରେ ଏବଂ ସାହସର ପ୍ରତୀକ ଭାବରେ ବ୍ୟବହୃତ ଖଣ୍ଡା ସହିତ ଦାଣ୍ଡିଆ ଖେଳିଥିଲେ ।