ଓଡିଶା

odisha

ବ୍ରହ୍ମପୁରରେ ପୁଣି ମାସ୍କ ବାଧ୍ୟତାମୂଳକ, କଡାକଡି ପାଳନ ପାଇଁ ନିର୍ଦ୍ଦେଶନାମା ଜାରି

By

Published : Jul 19, 2022, 7:34 PM IST

Published : Jul 19, 2022, 7:34 PM IST

ETV Bharat / videos

ବ୍ରହ୍ମପୁରରେ ପୁଣି ମାସ୍କ ବାଧ୍ୟତାମୂଳକ, କଡାକଡି ପାଳନ ପାଇଁ ନିର୍ଦ୍ଦେଶନାମା ଜାରି

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ପୁଣି ବାଧ୍ୟତାମୂଳକ ହେଲା ମାସ୍କ ପରିଧାନ । ଏ ନେଇ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ କଡାକଡି ଭାବରେ ସମସ୍ତେ ପାଳନ ପାଇଁ ଜାରି କରାଯାଇଛି ନିର୍ଦ୍ଦେଶନାମା । ଏବେ ରାଜ୍ୟ ଠାରୁ ଆରମ୍ଭ କରି ଦେଶର ବିଭିନ୍ନ ସ୍ଥାନରେ କୋଭିଡ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଇବା ପରେ ବ୍ରହ୍ମପୁର ମହାନଗର ନିଗମ ପକ୍ଷରୁ ସହରରେ କୋଭିଡ କଟକଣା ଜାରି କରାଯାଇଛି । ବାହାରେ ଛେପ ନପକାଇବା ସହିତ ପ୍ରତ୍ୟେକ ବ୍ୟବସାୟ ଅନୁଷ୍ଠାନ No Mask No Entry ସୂଚନା ଗ୍ରାହକଙ୍କ ପାଇଁ ଲେଖିବାକୁ ନିର୍ଦ୍ଦେଶନାମାରେ ଉଲ୍ଲେଖ ରହିଛି । ଅନ୍ୟପଟେ ଏଭଳି ନିର୍ଦ୍ଦେଶନାମାକୁ ନେଇ ବ୍ୟାପକ ସଚେତନା କରାଯିବା ପରେ ଏହାକୁ କଡ଼ାକଡ଼ି ପାଳନ ପାଇଁ ନିର୍ଦ୍ଦେଶ ରହିଛି । ନିୟମ ନ ମାନିଲେ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରାଯିବ ବୋଲି କୁହାଯାଇଛି । ବ୍ରହ୍ମପୁର ମହାନଗର ନିଗମ ସମସ୍ତ ଧର୍ମାନୁଷ୍ଠାନ, ପାର୍କ ଭଳି ସର୍ବସାଧାରଣ ସ୍ଥାନରେ ମାସ୍କ ବାଧ୍ୟତାମୂଳକ ନିର୍ଦ୍ଦେଶନାମା ଜାରି କରାଯିବା ପରେ ଏ ନେଇ ମହାନଗର ନିଗମର କମିଶନର ଜେ. ସୋନାଲଙ୍କ ସହିତ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

For All Latest Updates

ABOUT THE AUTHOR

...view details