ଝଲସୁଛି ଜଟଣୀ: 200ରୁ ଅଧିକ ମଣ୍ଡପରେ ବିଘ୍ନରାଜଙ୍କ ପୂଜା - ଝଲସୁଛି ଜଟଣୀ
ଖୋର୍ଦ୍ଧା: ଗଣେଶ ପୂଜା ଲାଗି ଓଡିଶା ପ୍ରସିଦ୍ଧ ଜଟଣୀ ସହର (odisha famous ganesh puja in jatani) । ଗଣେଶ ପୂଜା ପାଇଁ ଦ୍ବିତୀୟ ମୁମ୍ବାଇ ସହର ଭାବେ ପରିଚିତ ଜଟଣୀ ଏବେ ଉତ୍ସବମୁଖର । ଧୁମଧାମରେ ଚାଲିଛି ବିଘ୍ନରାଜଙ୍କ ଆରାଧନା । ସୁଉଚ୍ଚ ତୋରଣ ସହିତ ଆକର୍ଷଣୀୟ ସାଜସଜ୍ଜା, ବିଭିନ୍ନ ରଙ୍ଗୀନ ଆଲୋକରେ ଝଲସୁଛି ପୁରା ସହର । ଚଳିତଥର ଦୁଇ ଶହରୁ ଊର୍ଦ୍ଧ୍ବ ପୂଜାମଣ୍ଡପରେ ପୂଜା ପାଉଛନ୍ତି ଅଗ୍ରପୂଜ୍ଯ ଗଣେଶ । ୧୧ଦିନ ଧରି ପୂଜା ଚାଲୁଥିବାବେଳେ ଆସନ୍ତା 10 ତାରିଖରେ ସାମୁହିକ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ । ଇଟିଭି ଭାରତ, ଖୋର୍ଦ୍ଧା