ଓଡିଶା

odisha

ETV Bharat / videos

ବନ୍ୟା ଧୋଇନେଲା ଚାଷ

By

Published : Aug 30, 2020, 1:18 PM IST

ପୁରୀ: ମହାନଦୀ ଶାଖା ନଦୀରେ ବନ୍ୟାଜଳ ବଢିବା ପରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ବିଶେଷ କରି ଚାଷ ବ୍ୟାପକ ଭାବେ କ୍ଷତି ହୋଇଛି। ଧାନ, ପନିପରିବା ଚାଷ ସମ୍ପୂର୍ଣ୍ଣ ନଷ୍ଟ ହୋଇ ଯାଇଛି। କିଛିଦିନ ଦିନ ହେବ ଭଲ ବର୍ଷା ହେବାରୁ ଚାଷୀ ମାନେ ଧାନ ରୋଇଥିଲେ। ଭଲ ଫସଲ ହେବା ନେଇ ଆଶା କରିଥିଲେ। କେଵଳ ସେତିକି ନୁହେଁ ପନି ପରିବା ଚାଷ ମଧ୍ୟ କରିଥିଲେ। ଏଥିପାଇଁ ଧାର କରଜ କରି ଚାଷ କରିଥିଲେ। ଆଶା ଥିଲା ଭଲ ଆମଦାନୀ ହେଲେ କରଜ ସୁଜିବା ପରେ ଘର ପ୍ରତିପୋଷଣ ପାଇଁ ଅର୍ଥ ରଖି ଥାନ୍ତେ। କିନ୍ତୁ ଚଳିତ ବନ୍ୟା ଚାଷୀ ଙ୍କ ଆଶାକୁ ଧୂଳିସାତ କରି ଦେଇଛି । ତେବେ ପୁରୀ ଜିଲ୍ଲାରେ ବନ୍ୟା ଯୋଗୁଁ କିଭଳି ଚାଷ କ୍ଷତି ହୋଇଛି ସେନେଇ ଅଧିକ ସୂଚନା ଦେଉଛନ୍ତି ଆମ ପୁରୀ ପ୍ରତିନିଧି ଶକ୍ତି ପ୍ରସାଦ ମିଶ୍ର... ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details