ଓଡିଶା

odisha

ନିଶା ଖାଇ ମତୁଆଲା ମହିଳା ଡେପୁଟି ଲେବର କମିଶନର, କାର ଚଲାଇବା ପାଇଁ ଧରିଲେ ଜିଦ

By

Published : May 2, 2022, 3:43 PM IST

ଲକ୍ଷ୍ନୌ: ଦିନରେ ନିଶା ଖାଇ ମତୁଆଲା ହୋଇଛନ୍ତି ମହିଳା ଡେପୁଟି ଲେବର କମିଶନର । ଆଉ ମାନସିକ ସନ୍ତୁଳନ ହରାଇ କାର ଚଲାଇବା ପାଇଁ ଧରିଛନ୍ତି ଜିଦ୍‌ । ସେ ଅସୁରକ୍ଷିତ ଭାବେ ରାସ୍ତାରେ ଗାଡ଼ି ଚଳାଇବା ପରେ ତାଙ୍କୁ କାବୁ କରିଛି ପୋଲିସ । ଗତକାଲି (ରବିବାର) ଉତ୍ତରପ୍ରଦେଶ ଲକ୍ଷ୍ନୌ ଓ ଗୋଣ୍ଡା ରାସ୍ତା ମଧ୍ୟରେ ଏଭଳି ଘଟଣା ଦେଖିବାକୁ ମିଳିଛି । ନିଶାସକ୍ତ ହୋଇ ଡେପୁଟି ଲେବର କମିଶନର ଜଣଙ୍କ ପୋଲିସ ସହିତ ଯୁକ୍ତିତର୍କ କରିବା ସମୟର ଭିଡ଼ିଓ ଭାଇରାଲ ହେଉଛି । ଉକ୍ତ ମହିଳା ଜଣକ ଦେବିପାଟନ ଡିଭିଜନର ଡେପୁଟି ଲେବର କମିଶନର ରଚନା କେସରୱାନୀ ବୋଲି ଜଣାପଡ଼ିଛି । ଭିଡିଓରେ ଏହା ଦେଖିବାକୁ ମିଳେ ଯେ ନିଶାସକ୍ତ ମହିଳାଙ୍କୁ ପୋଲିସ କାରର ପଛ ସିଟରେ ବସାଇବାକୁ ମନାଉଛି । କିନ୍ତୁ ସେ ବାରମ୍ବାର ଡ୍ରାଇଭର ସିଟରେ ବସିବା ପାଇଁ ଜିଦ ଧରିଛନ୍ତି । ଏ ସମ୍ପର୍କରେ ଜରୱାଲ ରୋଡ ପୋଲିସର SHO ରାଜେଶ କୁମାର ସିଂ କହିଛନ୍ତି ଯେ ଏପ୍ରିଲ 27ରେ କେସରୱାନୀ ଲକ୍ଷ୍ନୌରୁ ଗୋଣ୍ଡା ଅଭିମୁଖେ ଯାଉଥିଲେ। ହେଲେ ସେ ଭୁଲ ବାଟ ଦେଇ ବାହରିଚ ଆଡକୁ ଆସି କାରକୁ ଏକ ରୋଡ୍ ଡିଭାଇଡର୍ ଭିତରକୁ ନେଇଥିଲେ । ଏହାପରେ ପୋଲିସ ସେଠାରେ ପହଞ୍ଚି ତାଙ୍କୁ କାବୁ କରିବାକୁ ଉଦ୍ୟମ କରିଥିଲା । ହେଲେ ସେ ଓଲଟା ପୋଲିସକୁ ଧମକ ଦେଇଥିଲେ । ଏହାପରେ ତାଙ୍କ ସ୍ବାମୀଙ୍କୁ ଡକାଯାଇ ମହିଳା ପୋଲିସ କର୍ମଚାରୀଙ୍କ ଉପସ୍ଥିତିରେ ତାଙ୍କୁ ହସ୍ତାନ୍ତର କରାଯାଇଥିଲା । ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details