ମାଡି ଆସୁଛି ବାତ୍ୟା, ଅଶାନ୍ତ ସମୁଦ୍ର
ପୁରୀ: ମାଡି ଆସୁଛି ବାତ୍ୟା ୟସ । ବାତ୍ୟା ୟସର ପ୍ରଭାବ ପୁରୀ ଜିଲ୍ଲାରେ ଅନୁଭୁତ ହେଲାଣି । କୋହଲା ପାଗ ସାଙ୍ଗକୁ ଝିପିଝିପି ବର୍ଷା ଆରମ୍ଭ ହୋଇଥିବା ବେଳେ ପବନ ଆରମ୍ଭ ହେଲାଣି । ଏହାର ପ୍ରଭାବରେ ସମୁଦ୍ରର ଜୁଆର କୂଳ ଲଙ୍ଘୁଥିବା ବେଳେ ସମୁ୍ଦ୍ର ଜୁଆର ଯୋଗୁଁ ସମୁଦ୍ର ପାଣି ଗୋଳିଆ ହେବାକୁ ଲାଗିଲାଣି । ବାତ୍ୟା ଆଗମନର ସଙ୍କେତ ଦେଉଥିବା ବେଳେ କୋଣାର୍କ ନୋଳିଆ ସାହିର ଲୋକେ ଭୟଭୀତ ହେଲେଣି । ବିଶେଷକରି ସମୁଦ୍ର ଜୁଆର ବଢିବା ଆରମ୍ଭ କରିଦେଲାଣି । ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ