ଓଡିଶା

odisha

ସାଇକ୍ଲିଙ୍ଗ୍ ଟୁରିଜମ ପାଇଁ ପ୍ରମୋସନ, ଲଦାଖରେ ଭୁବନେଶ୍ବର ସାଇକ୍ଲିଙ୍ଗ ଆଡଭେଞ୍ଚର କ୍ଲବ

By

Published : Aug 29, 2022, 12:04 PM IST

ଭୁବନେଶ୍ବର: ସାଇକ୍ଲିଙ୍ଗ ପ୍ରତି ଆଗ୍ରହ ବଢାଇବାକୁ ପ୍ରୟାସ । ଭୁବନେଶ୍ବର ସାଇକ୍ଲିଙ୍ଗ ଆଡଭେଞ୍ଚର କ୍ଲବର କମାଲ । ସାଇକେଲରେ ମୋନାଲିରୁ ଲେ (Manali to Leh ) ପର୍ଯ୍ୟନ୍ତ ଅତିକ୍ରାନ୍ତ କରି ସୁନାମ ଆଣିଛନ୍ତି ଭୁବନେଶ୍ବର ସାଇକେଲ କ୍ଲବର ମେମ୍ବର ।୨୦ ଜଣିଆ ସାଇକେଲ ଆରୋହୀ ସାଇକେଲରେ ଲଦାଖର ୧୮ ହଜାର ଫୁଟ ପାହାଡର ଶିଖର ଚଢି ୬ଟି ପାହାଡ ଅତିକ୍ରମ କରି ସଫଳତା ଅର୍ଜନ କରିଛନ୍ତି । ଯାହାକି ସାଇକ୍ଲିଙ୍ଗ ଟୁରିଜମ ପାଇଁ ଏହା ଏକ ପ୍ରମୋସନ ବୋଲି କହିଛନ୍ତି ଏହି କ୍ଲବର ସଦସ୍ୟ‌ । ଓଡିଶା ପ୍ରେସ କ୍ଲବରେ ପ୍ରେସମିଟ କରି ସାଇକେଲ ପ୍ରତି ଆଗ୍ରହ ବଢାଇବାକୁ ଆହ୍ବାନ କରିଛନ୍ତି ଏହି କ୍ଲବର ମେମ୍ବର ତଥା ଆଇପିଏସ ସଞ୍ଜୀବ ପଣ୍ତା(Ips Sanjeeb Panda )। ସେ କହିଛନ୍ତି ଓଡିଶାରେ ସାଇକ୍ଲିଙ୍ଗ ଟୁରିଜିମର ଲକ୍ଷ୍ୟ। କାରଣ ଓଡିଶାରେ ରହିଛି ଅନେକ ଟୁରିଷ୍ଟ ସ୍ପଟ । ଯାହାକୁ ସାଇକେଲରେ ବୁଲିବା ଅତ୍ୟନ୍ତ ରୋମାଞ୍ଚକର । ୨୦୧୪ରେ ଆରମ୍ଭ ହୋଇଥିବା ଏହି କ୍ଲବର ସଦସ୍ୟ ଥିଲେ ୯ ହେଲେ ଏହା ଆଜି ୩୦୦ ମେମ୍ବରରେ ପହଞ୍ଚିଛି । ଯାହାକି ପ୍ରତ୍ୟକ ବର୍ଷ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ବିଭିନ୍ନ ପର୍ଯଟନସ୍ଥଳୀ ଭ୍ରମଣ କରୁଛନ୍ତି ସାଇକେଲରେ‌ । କଟକରୁ କାଠମାଣ୍ଡୁ, ଭୁବନେଶ୍ବରରୁରୁ ଭୁଟାନ, ଭିଏତନାମା କାମ୍ବୋଡିଆ, ଶ୍ରୀଲଙ୍କା ପରିକ୍ରମା ସହ ଓଡିଶାର‌ ବିଭିନ୍ନ ସ୍ଥାନ ମଧ୍ୟ ଭ୍ରମଣ କରିଛି ଏ ଟିମ । ତେଣୁ ସ୍ବାସ୍ଥ୍ୟ ଓ ସୁସ୍ଥ ସମାଜ ଗଠନ ପାଇଁ ସାଇକ୍ଲିଙ୍ଗ ନିହାତି ଆବଶ୍ୟକ ବୋଲି କହିଛନ୍ତି ଆଇପିଏସ ଅଫିସର ସଞ୍ଜୀବ ପଣ୍ତା । ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details