ଓଡିଶା

odisha

By

Published : Jun 27, 2022, 5:17 PM IST

ETV Bharat / videos

ରଥଖଳା ହାଲଚାଲ: କଳସ ସ୍ଥାପନ ଶେଷ, ସାରଥିଙ୍କ ପାଇଁ ପ୍ରସ୍ତୁତ ହେଉଛି ପୋଷାକ

ପୁରୀ: ଆଉ ଦିନ କେଇଟା ପରେ ଶ୍ରୀଜୀଉଙ୍କ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଏଥିପାଁ ଅନ୍ତିମ ପର୍ଯ୍ୟାୟରେ ରଥନିର୍ମାଣ । ଆଜିର ରଥଖଳା ହାଲଚାଲ ଅନୁଯାୟୀ ରଥରେ ଶିଖ ଡମ୍ବରୁ, ପାର୍ଶ୍ଵ ଦେବାଦେବୀ , ପ୍ରଭା ରଙ୍ଗ କାର୍ଯ୍ୟ ଚାଲୁ ରହିଛି। କେବଳ ରଥ ଉପରେ କପଡା ପଡିବାର କାର୍ଯ୍ୟ ବାକି ରହିଛି। ଏହାସହ ତିନି ରଥରେ କଳସ ସ୍ଥାପନ ହୋଇଛି । ଏହାଛଡା ଅଁଳା, ଶୁଆ ଏବଂ ଓଲଟ ଶୁଆ ମଧ୍ୟ ଲଗାଯାଇଛି। ପ୍ରଭାକାମ ଶେଷ ହୋଇଛି। କୋଣବତାରେ କଣ୍ଟା ରୂପକାର ମାନେ ପ୍ରଭାରେ ରଙ୍ଗ କରୁଛନ୍ତି। ପଦ୍ମ ପାଖୁଡା କାମ ଶେଷ ହୋଇଛି। ବେଦୀପାର୍ଶ୍ୱ ପଟା ଓ ହଂସପଟା ଲଗାଯାଇଛି । ଦରଜି ସେବକମାନେ ଦୁଆରବେଢା, ଅଁଳାଶ୍ରୀ ଏବଂ ଚନ୍ଦ୍ରଶାଳି ପାଇଁ କନା କାଟୁଛନ୍ତି। ତିନି ସାରଥିଙ୍କ ପାଇଁ ପୋଷାକ ପ୍ରସ୍ତୁତ କରାଯାଉଛି।

ABOUT THE AUTHOR

...view details