ଓଡିଶା

odisha

ETV Bharat / videos

ରଥଖଳା ହାଲଚାଲ: ଉଠିଲା ତିନି ରଥର ବଡ଼ପୋଟଳ

By

Published : Jun 18, 2022, 5:17 PM IST

ପୁରୀ: ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ରଥଖଳାରେ ଚାଲିଛି ରଥକାମ । ତିନି ରଥର ବଡ଼ପୋଟଳ ଉଠାଯାଇଛି । ତୃତୀୟ ଭୂଇଁ ଟୁଙ୍ଗୁରା ପରେ ବଡ଼ପୋଟଳ ରଖାଯାଇଥିଲା । ବିଶ୍ୱକର୍ମାଙ୍କ ନିର୍ଦ୍ଦେଶରେ ଭୋଇ ସେବକମାନେ କାଠ ସବୁକୁ ରଥ ଉପରକୁ ବୋହି ନେଇଥିଲେ । ବିଶ୍ଵକର୍ମାମାନେ ମାପଚୁପ କରି କଣ୍ଟା ପିଟିଥିଲେ। ବଡ଼ପୋଟଳ ଉଠାଇବା ପରେ ରଥ ଶୀର୍ଷରେ ଠିଆ ହୋଇ ଭୋଇ ସେବକମାନେ ହରିବୋଲ ପକାଇଥିଲେ । ଶ୍ରୀମନ୍ଦିର ଉପମୁଖ୍ୟପ୍ରଶାସକ ତଥା ଜିଲ୍ଲାପାଳ ସମର୍ଥ ବର୍ମା ରଥଖଳାକୁ ଆସି ରଥନିର୍ମାଣ କାମ ଅନୁଧ୍ୟାନ କରିଥିଲେ । ପୂର୍ବରୁ ରଥରେ ଧମକ, ପ୍ରଥମ ଓ ଦ୍ଵିତୀୟ ଭୂଇଁ ଉଠି ଥିଲା । ଭୂଇଁକାମ ଶେଷ କରାଯାଇ ପୋଟଳ କାମ ଆରମ୍ଭ ହୋଇଥିଲା । ତୃତୀୟ ଭୂଇଁ ଟୁଙ୍ଗୁରାରେ ଅକାତ, ମାଛପାତିଆ, ଛିଆଣ, ଭୂଇଁ ନାହାକା ଓ ଖଦି ଓରା ଆଦି ଲାଗିଲା । ଖଦିଓରା ବିନ୍ଧରେ ଭୂଇଁ ନାହାକା ସାଲ ହୋଇ ଭର୍ତ୍ତି ହୋଇଥିଲା । ପାଖୁଡ଼ା ଉପରେ ଅକାତ ଓ ମାଛପାତିଆ ଲଗାଯାଇଥିଲା । ଭୂଇଁ ଶ୍ରେଣୀ ଉପରେ ଛିଆଣ ପଡ଼ିଥିଲା । ଏହାପରେ କଣ୍ଟାବାଡ଼ିଆ ଯାଇଥିଲା । ଏହାପରେ ପୋଟଳ ଖମ୍ବି ଉଠି ପୋଟଳ ଓରା ଓ ପୋଟଳ ପାରେଣୀ ଲାଗିଥିଲା । ତା’ ଉପରେ ବଡ଼ ପୋଟଳ ଉଠା ଯାଇଥିଲା । ମୋଟ ୧୩ ପରସ୍ତ ପୋଟଳ ରଥରେ ସ୍ଥାପନ କରାଯିବ । ୬, ୭ ପରସ୍ତ ପୋଟଳକୁ ପାରାଭାଡ଼ି କୁହାଯାଏ । ତାଗ ବାଡ଼ିଆ ଆରମ୍ଭ ହୋଇଛି । ଗୟଳ ଉପରେ ତାଗ ବାଡ଼ିଆଯାଉଛି । ଏହାପରେ ପଟା ବାଡ଼ିଆ ହୋଇ ରଥର ଚଟାଣ ପ୍ରସ୍ତୁତ ହେବ ।

ABOUT THE AUTHOR

...view details