ଓଡିଶା

odisha

ETV Bharat / videos

ରଥଖଳା ହାଲଚାଲ: ଭୂଇଁ ନିର୍ମାଣ କାର୍ଯ୍ୟରେ ମହାରଣା ସେବକ - ପୁରୀ ରଥଖଳା ନ୍ୟୁଜ

By

Published : Jun 15, 2022, 4:05 PM IST

ପୁରୀ: ଚଳ ଚଞ୍ଚଳ ରଥଖଳା । ଆଉ ଦିନ କେଇଟା ପରେ ଅନୁଷ୍ଠିତ ହେବ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା । ରଥର ଭୂଇଁ ନିର୍ମାଣ କାର୍ଯ୍ୟରେ ଲାଗିଛନ୍ତି ମହାରଣା ସେବକ । ୪୪ଟି ଯୋଖା ତିନିରଥର ଚାରିପାର୍ଶ୍ବ କୋଣରେ ଫିଟିଂ ସମ୍ପୂର୍ଣ୍ଣ ହେବାପରେ ପ୍ରଥମ ଭୂଇଁ ନିର୍ମାଣ ସରିଛି । ପ୍ରଥମ ଭୂଇଁ ନମ୍ବରିଂ ପରେ ଖୋଲାଯାଇ ସାଇତା ଯିବ । ପରେ ୪ ନାହାକାରେ ପ୍ରଥମ ଭୂଇଁ ଫ୍ରେମ ସଂଯୋଗ କରାଯାଇ ତିନି ରଥରେ ୧୪ ନାହାକା ସେଟିଂ କରାଯିବ। ଏହି ପ୍ରଥମ ଭୂଇଁ ୬ଟି ଓରା ଏବଂ ୪ଟି ଖମ୍ବୀ ସଂଯୋଗ ହୋଇ ଚାରି ପାର୍ଶ୍ଵରେ ୨୪ଟି ପାଖୁଡ଼ା ଏବଂ ୧୬ଟି ଛିଆଣ ପାଖୁଡାକୁ ଧରି ରଖିବା ପାଇଁ ୨୪ଟି ଭୂଇଁ ଖମ୍ବୀ ଚାରି ପାର୍ଶ୍ଵରେ ସଂଯୋଗ ହୋଇଛି । ଏଥିସହ ଭୂଇଁର ମଧ୍ୟ ଭାଗରେ କନକ ମୁଣ୍ଡି ପାଇଁ କନକ ମୁଣ୍ଡି ପଟା ଚାରି ଗୋଟି ବର୍ଗାକାର ଭାବେ ସେଟିଂ ହୋଇଛି । ଏତଦ୍‌ବ୍ୟତୀତ ତିନିରଥର ୮ଟି ଲେଖାଏଁ ଗାରେଡି ସାରି ତିନି ରଥର ୪ଟି ଲେଖାଏ ଅଁଳା ନିର୍ମାଣ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ରୂପକାର ସେବକମାନେ ରଥର ସିଂହାସନରେ କୁମ୍ଭ, ଡାଳି ଲତା, ପଦ୍ମ ପାଖୁଡ଼ା ଖୋଦେଇର ପଲିସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତିନିରଥର ଦୁଆର ବେଢ଼ା ପାଇଁ ନାଟ ଗୋଡ଼ରେ ଗନ୍ଧର୍ବ ରୂପ ଖୋଦେଇ ଜାରି ରଖୁଛନ୍ତି । ଦୋଳବେଦୀସ୍ଥିତ ଅସ୍ଥାୟୀ କମାର ଶାଳରେ ତିନିରଥର ଭୂଇଁ ନିର୍ମାଣ ପାଇଁ ବିଡିଆ କଣ୍ଟା, ପୋଟଳ ପାଇଁ ବାଗିଆ କଣ୍ଟା ନିର୍ମାଣ ସହ ୧୩ ପରସ୍ତ ପୋଟଳ ଉପରେ ନଦା କଣ୍ଟା ଓଝା ସେବକମାନେ ନିର୍ମାଣ ଜାରି ରଖିଛନ୍ତି । ଇଟିଭି ଭାରତ, ପୁରୀ

ABOUT THE AUTHOR

...view details