ଓଡିଶା

odisha

By

Published : Jun 24, 2020, 7:34 PM IST

ETV Bharat / videos

ବିଚ ରାସ୍ତାରେ ଜଳିଗଲା ଚଳନ୍ତା କାର

କଟକ: ବିଚ ରାସ୍ତାରେ ହୁତ୍ ହୁତ୍ ହୋଇ ଜଳିଗଲା କାର । ଚୌଦ୍ବାର ଥାନା ଶଙ୍କରପୁର ଅଞ୍ଚଳର ଜଣେ ଯୁବକ ନିଜର କାର ଯୋଗେ ଯାଉଥିବାବେଳେ ଚୌଦ୍ବାର ସହର ନିକଟବର୍ତ୍ତୀ ବିରାଟ ବଜାର ଆଗ୍ରାହାଟ ରାସ୍ତାରେ ହଠାତ କାରରୁ ଧୂଆଁ ବାହାରିଥିଲା । ଡ୍ରାଇଭର ଗାଡିଟି ରାସ୍ତା ଉପରେ ରଖି ଦୌଡ଼ି ପଳେଇଥିଲା । ଏହା ପରେ କାର ଟି ହୁ ହୁ ହୋଇ ଜଳିବାକୁ ଲାଗିଥିଲା । ଖବର ପାଇ ଚୌଦ୍ବାର ଅଗ୍ନିଶମ କେନ୍ଦ୍ରରୁ ଗାଡି ଆସି ନିଆଁକୁ ଆୟତ୍ତ କରିଥିଲେ । ଏହି ଟାଟା ଇଣ୍ଡିଗୋ କାରଟି ସମ୍ପୂର୍ଣ ଜଳି ପାଉଁଶ ହୋଇଯାଇଛି । କଟକରୁ ନାରାୟଣ ସାହୁ,ଇଟିଭି ଭାରତ

ABOUT THE AUTHOR

...view details