ଟିକାକୁ ନେଇ ଦ୍ୱନ୍ଦରେ ରାଜଧାନୀବାସୀ, ବିଏସସି ପକ୍ଷରୁ ମିଳୁନି ସଠିକ ସୂଚନା
ଭୁବନେଶ୍ବର : ବିଏମସି ପକ୍ଷରୁ ଟୀକାକରଣକୁ ବ୍ୟାପକ କରାଯାଇଛି । ସ୍ମାର୍ଟସିଟିରେ ଯିଏ ଯେଉଁ ସେଣ୍ଟରରେ ପ୍ରଥମ ଡୋଜ ନେଇଥିଲେ । ସେହି ସେଣ୍ଟରରେ ଦ୍ବୀତିୟ ଡୋଜ ନେବେ ବୋଲି ବିଏମସି ପକ୍ଷରୁ ଟୁଇଟ କରାଯାଉଛି। ହେଲେ ଏଭଳି ବ୍ୟବସ୍ଥାକୁ ନେଇ ଦ୍ଵନ୍ଦରେ ରହିଛନ୍ତି ସ୍ମାର୍ଟସିଟିବାସୀ। କାହିଁକିନା ଟିକା ପାଇଁ କେଉଁ ସମୟରେ ସ୍ଲଟ ବୁକିଂ କରିବାକୁ ପଡିବ ସେନଇ କୈଣସି ସୂଚନା ଲୋକଙ୍କୁ ଦିଆଯାଉ ନ ଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହେଁ, ପ୍ରଥମ ଡୋଜ ନେଇଥିବା ବ୍ୟକ୍ତି ମଧ୍ୟ ଦ୍ୱୀତିୟ ଡୋଜ କେବେ ନେବେ ସେନେଇ ଦ୍ୱନ୍ଦରେ ରହିଛନ୍ତି ।