ଓଡିଶା

odisha

ETV Bharat / videos

କାଲିଠୁ ବୈଶାଖୀ ମେଳା, ଚଳଚଞ୍ଚଳ ସିଲଭରସିଟି

By

Published : May 5, 2022, 3:35 PM IST

କଟକ: କମିଲା କୋଭିଡ । ଆରମ୍ଭ ହେଲା ମେଳା ମହୋତ୍ସବ । ଆସନ୍ତାକାଲି (ଶୁକ୍ରବାର)ଠୁ କଟକରେ ଆରମ୍ଭ ହେବ 17ତମ ବୈଶାଖୀ ବାଣିଜ୍ୟ ମେଳା । ଯାହାକୁ ମିନି ବାଲିଯାତ୍ରା ବୋଲି ମଧ୍ୟ କୁହାଯାଇଏ । ତେବେ ଏହାକୁ ନେଇ ଚଳଚଞ୍ଚଳ ସିଲଭରସିଟି । ତେବେ ଦୀର୍ଘ ୨ ବର୍ଷର ଵ୍ୟଵଧାନ ପରେ କଟକରେ ଏହି ବୈଶାଖୀ ମେଳା ଅନୁଷ୍ଠିତ ହେବ । ଆସନ୍ତାକାଲିଠୁ 15 ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ଏହି ମେଳାରେ ମୋଟ 450 ଷ୍ଟଲ ନଜର ଆସିବ । ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ବ୍ୟବସାୟୀ ମାନେ ସେମାନଙ୍କ ସାମଗ୍ରୀ ଏହି ମେଳାରେ ବିକ୍ରି କରିବେ । ଦୋଳିଠୁ ଆରମ୍ଭ କରି ଚକ୍ରି ପର୍ଯ୍ୟଟକଙ୍କୁ ମନୋରଞ୍ଜନ ଯୋଗାଇ ଦିଆଯିବ । ଏହାସହ ଭଳିକି ଭଳି ଖାଇବା ଓ ସାଂସ୍କୃତିକ କାର୍ଯ୍ୟକ୍ରମର ମଜା ନେବେ ଦର୍ଶକ । ତେବେ ସମସ୍ତଙ୍କ ପାଇଁ ମାସ୍କ ବାଧ୍ୟତାମୂଳକ କରାଯାଇଛି । କାରଣ କୋଭିଡ କମିଛି ହେଲେ ସମ୍ପୂର୍ଣ୍ଣ ମୁଳୋତ୍ପାଟନ ହୋଇନାହିଁ । ଏଣୁ ଆୟୋଜକ କମିଟି ଅନେକ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ନେଇଛି ଯାହାଦ୍ବାରା ଏହି ମେଳାକୁ ସୁଚାର ରୂପେ ଶେଷ କରିହେବ । କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details