ଓଡିଶା

odisha

ETV Bharat / videos

ଆସୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦୀପାବଳି ! - ଆସୁଛି ଆଉ ଏକ ଲଘୁଚାପ

By

Published : Oct 15, 2022, 3:48 PM IST

ଭୁବନେଶ୍ବର: ଦାନା ବନ୍ଧୁଛି ଆଉ ଏକ ଲଘୁଚାପ, ବର୍ଷାରେ ଭିଜିବ ଦୀପାବଳି । ଲଘୁଚାପ ଜନିତ ବର୍ଷା ଯୋଗୁଁ ଚଳିତ ବର୍ଷ ଫିକା ପଡିପାରେ ଦୀପାବଳୀ । ଆସନ୍ତା ୨୦ ତାରିଖରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି । ଆସନ୍ତା ୧୮ ତାରିଖରେ ଉତ୍ତର-ଆଣ୍ଡାମାନ ସାଗର ଏବଂ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସମ୍ଭାବନା ରହିଛି। ଏହା ପରବର୍ତ୍ତୀ ସମୟରେ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ମୁହାଁଇ ପଶ୍ଚିମକେନ୍ଦ୍ରୀୟ ପାର୍ଶ୍ଵବର୍ତ୍ତୀ ଦକ୍ଷିଣପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ୨୦ତାରିଖ ବେଳକୁ ଏକ ଲଘୁଚାପ କ୍ଷେତ୍ରରେ ପରିଣତ ହେବାର ସମ୍ଭାବନା ରହିଛି। ଆଉ ଏହି ଲଘୁଚାପକୁ ନେଇ ରାଜ୍ୟରେ ପୁଣି ବର୍ଷା ଲାଗି ରହିବ। ବର୍ଷା ଯଦି ଲାଗି ରୁହେ ଏଥର ବର୍ଷାରେ ଭିଜିବ ଦୀପାବଳି । ଅନ୍ୟପଟେ ଧୀରେ ଧୀରେ ପାଗ ଅନୁକୂଳ ହେବାରୁ ରାଜ୍ୟରୁ ଆରମ୍ଭ ହେବ ମୌସୁମୀ ଅପସାରଣ ପ୍ରକ୍ରିୟା । ଆଗାମୀ ୨ ଦିନ ମଧ୍ୟରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଅଞ୍ଚଳରୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଅପସାରଣ ହେବା ପାଇଁ ପାଗ ଅନୁକୂଳ ରହିଛି । ପାଣିପାଗର ଏଭଳି ନିୟାମକକୁ ନେଇ ରାଜ୍ୟରୁ ଫେରିଯିବ ମୌସୁମୀ । ସେହିପରି ଗତ ୨୪ ଘଣ୍ଟାରେ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରହିଛି । ରାଜ୍ୟର ଅନ୍ୟ ଜିଲ୍ଲାଗୁଡିକରେ ବର୍ଷା ବିଶେଷ ଅନୁଭୂତ ହେଉନାହିଁ। ବିଶେଷ କରି ଦକ୍ଷିଣ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲ୍ଲାରେ ବର୍ଷାର ସମ୍ଭାବନା ରହିଛି। କଟକ ଓ ଜଗତସିଂହପୁର, କୋରାପୁଟ ,ମାଲକାନଗିରି, ମୟୁରଭଞ୍ଜ କେନ୍ଦୁଝର ଏହି ସବୁ ଜିଲ୍ଲାଗୁଡିକରେ ବର୍ଷାର ସମ୍ଭାବନା ରହିଛି । ସେପଟେ ଅକ୍ଟୋବର ରେ ୧୩.୯ ମିଲିମିଟର ବର୍ଷା ହୋଇଥିବା ବେଳେ ରାଜ୍ୟରେ ସ୍ୱାଭବିକ ଠାରୁ ୬୦ ପ୍ରତିଶତ କମ ରହିଛି ବୋଲି ବିଭାଗ ସୂଚନା ଦେଇଛି ।

ABOUT THE AUTHOR

...view details