ଓଡିଶା

odisha

By

Published : May 3, 2022, 4:17 PM IST

ETV Bharat / videos

ଅଖିମୁଠି ଅନୁକୂଳ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ

ଖୋର୍ଦ୍ଧା: ଜିଲ୍ଲାର କଲ୍ୟାଣପୁରରେ ଅଖିମୁଠି ଅନୁକୂଳ କଲେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଆଜି ଏକ ସ୍ବତନ୍ତ୍ର ପୂଜାର୍ଚ୍ଚନା କରି ସୁର ଗାଁରେ ପହଞ୍ଚିବା ପରେ କ୍ଷେତକୁ ଯାଇ କୃଷକଙ୍କ ଗହଣରେ ଅଖିମୁଠି ଅନୁକୂଳ କରିଛନ୍ତି ବିଧାୟକ ସୁର । ଏହି ଅବସରରେ ଜୟ ଜଗନ୍ନାଥ କି ଜୟ, ଜୟ ଆଲ୍ଲାକି ଜୟ, ଜୟ ଯୀଶୁ କି ଜୟ, ଜୟ ମା' ଲକ୍ଷ୍ମୀକି ଜୟ ଆରଧନା କରି ଅଖିମୁଠି ଅନୁକୂଳ କରିଛନ୍ତି । ଖୋର୍ଦ୍ଧାରୁ ଗୋବିନ୍ଦ ଚନ୍ଦ୍ର ପଣ୍ଡା, ଇଟିଭି ଭାରତ

ABOUT THE AUTHOR

...view details