ଓଡିଶା

odisha

ETV Bharat / videos

ଟିକେଟ ନମିଳିବାରୁ କର୍ମୀ ଓଗାଳିଲେ ବିଷ, କହିଲେ ମମିତାଙ୍କୁ ହତ୍ୟା କରିଛି ବିଜେଡି

By

Published : Jan 24, 2022, 1:18 PM IST

ଭବାନୀପାଟଣା: ମିଳିଲାନି ଟିକେଟ । ଫଳରେ ଉତକ୍ଷିପ୍ତ ହୋଇ ବିଷ ଓଗାଳିଲେ ଆଶାୟୀ ପ୍ରାର୍ଥୀ । କଳାହାଣ୍ଡି ଜିଲ୍ଲାରେ ଦେଖିବାକୁ ମିଳିଛି ଏଭଳି ଘଟଣା । ନର୍ଲା ବ୍ଲକ ଜିଲ୍ଲା ପରିଷଦ ୨ ନମ୍ବର ଜୋନର ବିଜେଡି଼ ଦଳର ପୁରୁଖା କର୍ମୀ ମକରଧ୍ବଜ ମାଝୀଙ୍କ ଏକ ଭିଡ଼ିଓ ଏବେ ଚାରିଆଡେ ଭାଇରାଲ ହେବାରେ ଲାଗିଛି । ସେ ୨ ନମ୍ବର ଜୋନରେ ଜଣେ ଆଶାୟୀ ପ୍ରାର୍ଥୀ ଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଦଳ ପକ୍ଷରୁ ମିଳିଥିବା ଟିକେଟକୁ ତାଙ୍କୁ ଦିଆଯାଇ ନାହିଁ । ସ୍ଥାନୀୟ ବିଧାୟକ ଭୁପିନ୍ଦର ସିଂ ତାଙ୍କୁ ଟିକେଟ ନ ଦେଇ ଅନ୍ୟ ଜଣେ ପ୍ରାର୍ଥୀଙ୍କୁ ଟିକେଟ ଦେଇଥିବା ସେ ଅଭିଯୋଗ କରିଛନ୍ତି । ଏହା ପରେ ସେ କ୍ରୋଧାନ୍ବିତ ହୋଇ ଏପରି ଆଚରଣ କରିଥିବା ଭାଇରାଲ ଭିଡ଼ିଓରେ ଦେଖିବାକୁ ମିଳିଛି । କଳାହାଣ୍ଡିରୁ ଅଜିତ କୁମାର ସିଂ, ଇଟିଭି ଭାରତ

ABOUT THE AUTHOR

...view details