ଇ-ବିଧାନସଭା ପାଇଁ କର୍ମଚାରୀଙ୍କୁ ପ୍ରଶିକ୍ଷଣ, କଡାକଡି ପାଳନ ହେବ କୋଭିଡ ନିୟମ
ଭୁବନେଶ୍ବର: କୋଭିଡ଼ କଟକଣା ଭିତରେ ବିଧାନସଭାର ଶୀତକାଳୀନ ଅଧିବେଶନ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ସୂଚନା । ବିଧାନସଭାର ଶୀତକାଳୀନ ଅଧିବେଶନ ନଭେମ୍ବର 20ରୁ ଡିସେମ୍ବର 31 ଯାଏଁ ଚାଲିବ । ଦିନକୁ ସାଢେ 4 ଘଣ୍ଟା ଶୀତକାଳୀନ ଅଧିବେଶନ ହେବାସହ ମୌସୁମୀ ଅଧିବେଶନ ଢାଞ୍ଚାରେ ଶୀତ ଅଧିବେଶନ ବସିବ ବୋଲି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କହିଛନ୍ତି ।