ସଜେଇହେବ ରାଜଧାନୀ, ଚତୁଃପାର୍ଶ୍ୱରେ ନିର୍ମାଣ ହେବ ରିଙ୍ଗ ରୋଡ - ଟାଉନ ପ୍ଲାନିଂ ସ୍କିମ
ଭୁବନେଶ୍ବର: ରାଜଧାନୀର ତଳିଆ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ବିଡିଏ ପକ୍ଷରୁ ଅଭିନବ ଯୋଜନା । ସ୍ମାର୍ଟସିଟିକୁ ଯୋଜନାବଦ୍ଧ ସହର ଭାବେ ଗଢି ତୋଳିବା ପାଇଁ ବିଡିଏ ପକ୍ଷରୁ ଆରମ୍ଭ ହେଲା ଟାଉନ ପ୍ଲାନିଂ ସ୍କିମ। ଭୁବନେଶ୍ବରର ଚତୁଃପାର୍ଶ୍ୱରେ ନିର୍ମାଣ ହେବ ରିଙ୍ଗ ରୋଡ । ଏହା ଅଧିନରେ ୬୫ କିମି ବିଶିଷ୍ଟ ରିଙ୍ଗ୍ ରୋଡର ବ୍ୟବସ୍ଥା ତଥା ସାମାଜିକ ଓ ଭୌତିକ ଭିତ୍ତିଭୂମିର ବିକାଶ ବ୍ୟବସ୍ଥା କରାଯାଇଛି। ଏନେଇ ଶୁଣନ୍ତୁ କ'ଣ କହୁଛନ୍ତି ବିଡିଏ ଉପାଧ୍ୟକ୍ଷ ପ୍ରେମଚାନ୍ଦ ଚୌଧୁରୀ... ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ