ଓଡିଶା

odisha

ETV Bharat / videos

ନୀଳାଚଳେ ଜଗନ୍ନାଥ: ଶ୍ରୀଜୀଉଙ୍କ ହାତୀବେଶ ପଛର କିମ୍ବଦନ୍ତୀ ଓ ତତ୍ତ୍ୱ - ହାତୀ ବେଶ

By

Published : Jun 5, 2020, 4:17 PM IST

ଭୁବନେଶ୍ବର: ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ବୃକ୍ଷ ଭଗବାନ ଜ୍ୟେଷ୍ଠ ପୂର୍ଣ୍ଣିମା ତିଥିରେ ପହଣ୍ଡି ବିଜେରେ ସ୍ନାନବେଦୀ ଉପରେ ବିରାଜମାନ କରିଥାନ୍ତି । 108 ସୁବାସିତ ଜଳରେ ସ୍ନାନ ପରେ ବେଦୀ ଉପରେ ପ୍ରସିଦ୍ଧ ଗଜାନନ ବେଶ ବା ହାତୀ ବେଶରେ ଭକ୍ତଙ୍କୁ ଦର୍ଶନ ଦିଅନ୍ତି । ଶ୍ରୀଜଗନ୍ନାଥଙ୍କ କେଉଁ କାରଣରୁ ଶ୍ରୀଗଣପତିଙ୍କ ବେଶରେ ସଜ୍ଜିତ ହୁଅନ୍ତି। ଏହା ପଛରେ କଣ ତତ୍ତ୍ବ ରହିଛି । ଏହି ବେଶ ପଛରେ ଗୋଟିଏ ତତ୍ତ୍ବ ଓ ଗୋଟିଏ କିମ୍ବଦନ୍ତୀ ରହିଛି। ସେଥିମଧ୍ୟରୁ ଭକ୍ତର ଭାବକୁ ନେଇ ଏକ ସୁନ୍ଦର ତଥା ରୋଚକ କାହାଣୀ ମଧ୍ୟ ରହିଛି । ସମ୍ପୂର୍ଣ୍ଣ କାହାଣୀ ଏହିପରି । ମହାରାଷ୍ଟ୍ରର ଜଣେ ବ୍ରାହ୍ମଣ ଗଣପତି ଭଟ୍ଟ ଏକଦା ଶ୍ରୀକ୍ଷେତ୍ରର ମହିମା ଶ୍ରବଣ କରି ମହାବାହୁ କାଳିଆ ଦିଅଁଙ୍କୁ ଦର୍ଶନ ପାଇଁ ପୁରୀ ଆଗମନ କରିଥିଲେ । ସେ ଅଗ୍ରପୂଜ୍ୟ ଗଜାନନଙ୍କ ଭକ୍ତ ଥିଲେ। ଜଗନ୍ନାଥଙ୍କୁ ଦର୍ଶନ ପରେ ଦାରୁ ବିଗ୍ରହଙ୍କ ଠାରେ ନିଜ ଆରାଧ୍ୟ ଗଣପତିଙ୍କ ସ୍ବରୂପ ଦେଖି ନପାରି ସେ ପ୍ରଭୁଙ୍କୁ ବ୍ରହ୍ମ ବୋଲି ମାନିବାକୁ ଅସ୍ବୀକାର କରିବା ସହ ଦେଉଳ ତ୍ୟାଗ କରିଥିଲେ । ଯେଉଁଦିନ ସେ ମନ୍ଦିର ପରିତ୍ୟାଗ କରି ଫେରି ଯିବାକୁ ବସିଥିଲେ । ତାର ଠିକ୍‌ ପରଦିନ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଥିଲା।

ABOUT THE AUTHOR

...view details