ଓଡିଶା

odisha

ETV Bharat / videos

କ୍ଷେତରେ ମଉଳିଛି ଫୁଲ, ତାଲା ବନ୍ଦ ଯୋଗୁ ଚାଷୀ ମୁଣ୍ଡରେ ଚଡକ

By

Published : Apr 19, 2020, 3:34 PM IST

Updated : Apr 19, 2020, 3:48 PM IST

କରୋନା ମୁକାବିଲା ପାଇଁ ତାଲା ବନ୍ଦ ପର ଠାରୁ ସାରା ଦେଶରେ ନାହିଁ ନଥିବା ପରିସ୍ଥିତି ସୃଷ୍ଟି ହୋଇଛି। ଏହାର ପ୍ରଭାବ ଦେଖିବାକୁ ମିଳିଛି ଅନୁଗୋଳ ଜିଲ୍ଲାର ଫୁଲ ଚାଷୀଙ୍କ ଠାରେ। ଅନୁଗୋଳ ଜିଲାରେ ବିଭିନ୍ନ ସ୍ଥାନରେ ଫୁଲ ଚାଷୀ ଥିବା ବେଳେ ଅନୁଗୋଳ ବ୍ଲକ ପୋକତୁଙ୍ଗା ଗାଁର ଦିଲ୍ଲୀପ ପ୍ରଧାନ ସବୁଠାରୁ ବଡ ଫୁଲ ଚାଷି ଭାବେ ନାଁ ରହିଛି । କିନ୍ତୁ ଲକଡାଉନ ପାଇଁ ଫୁଲ ବିକ୍ରି ହେଉ ନାହିଁ। ବଗିଚାରେ ଫୁଲ ଶୁଖିଲାଣି। ଦିଲ୍ଲୀପ ନିଜେ ଦୈନିକ ପ୍ରାୟ ୩ ହଜାର ଟଙ୍କା କ୍ଷତି ସହୁଥିବା ବେଳେ ତାଙ୍କ ପାଖରେ କାମ କରୁଥିବା 20ଜଣ ଶ୍ରମିକଙ୍କ ଘରେ ମଧ୍ୟ ଚୁଲି ଜଳୁନି। ଫୁଲଚାଷୀଙ୍କ ମୁହଁରୁ ଶୁଣନ୍ତୁ,.. ଅନୁଗୋଳରୁ ସଂଗ୍ରାମ ରଞ୍ଜନ ନାଥ, ଇଟଭି ଭାରତ
Last Updated : Apr 19, 2020, 3:48 PM IST

ABOUT THE AUTHOR

...view details