ବିଳମ୍ବରେ ବନ୍ୟା କ୍ଷୟକ୍ଷତି ଆକଳନ ପାଇଁ ଆସିଲା କେନ୍ଦ୍ରୀୟ ଟିମ୍, ବିଜେଡି-କଂଗ୍ରେସର ଭର୍ତ୍ସନା - ବିଜେଡି କଂଗ୍ରେସ ସରକାରଙ୍କୁ ଭର୍ସନା
ଭୁବନେଶ୍ବର: ବନ୍ୟାସ୍ଥିତିର ଆକଳନ ପାଇଁ ବିଳମ୍ବରେ ପହଞ୍ଚିଲା କେନ୍ଦ୍ରୀୟ ଟିମ । ଯାହାକୁ ନେଇ ବିଜେଡି କଂଗ୍ରେସ କେନ୍ଦ୍ର ସରକାରଙ୍କୁ ଭତ୍ସନା କରିଛନ୍ତି । ସେପଟେ ବିଜେପି କିନ୍ତୁ ଦେଇଛି ଭିନ୍ନ ମତ । ବନ୍ୟା ଯିବାର ତିନି ସପ୍ତାହ ପରେ କେନ୍ଦ୍ରୀୟ ଟିମ ଆସିବାକୁ ନେଇ ବିଜେଡି ବିଧାୟକ ପ୍ରଶାନ୍ତ ଜଗଦେବ କହିଛନ୍ତି ଯେ, ‘ରୋଗୀ ମଲା ପରେ ଡାକ୍ତର ଆସିବା ଯାହା, ବନ୍ୟା ପରେ କେନ୍ଦ୍ରୀୟ ଟିମ ଆସିବା ସହ ସମାନ’ । କେନ୍ଦ୍ର ସରକାର ସବୁବେଳେ ଏମିତି କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଯାହା ଅନୁଧ୍ୟାନ କରିବେ ତାହା ତୁଳନାରେ କମ୍ ଅର୍ଥ ଦେବେ । ଆମ ସରକାର ସବୁ ବ୍ୟବସ୍ଥା କରିଛନ୍ତି ବୋଲି ସେ କହିଛନ୍ତି । ସେମାନେ ସବୁବେଳେ ଓଡିଶା ଫୋକସରେ ରହୁଥିବା କଥା କହୁଛନ୍ତି । କଣ ଭୋଟ ପାଇଁ ଫୋକସରେ ଅଛି କି ବୋଲି ସେ ପ୍ରଶ୍ନ କରିଛନ୍ତି ।