କୋରୋନା ପାଇଁ ସଟଡାଉନ ହେବ ସୁବର୍ଣ୍ଣପୁର - କୋରୋନା
ସୁବର୍ଣ୍ଣପୁର: କୋରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଜିଲ୍ଲା ପ୍ରଶାସନ ବେଶ ତତ୍ପର ହୋଇଛି । ଅଧିକାଂଶ ସମୟରେ ଗ୍ରୀନ ଜୋନ ଅବା ଅରେଞ୍ଜ ଜୋନରେ ରହୁଥିବା ଜିଲ୍ଲାରେ ପୁଣି ସଟଡାଉନ କରିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଛି । ତେବେ ଜୁଲାଇ ମାସରେ ସାରା ଜିଲ୍ଲାରେ ଶନିବାର ଓ ରବିବାର ଦୁଇ ଦିନ ପାଇଁ ସଟ ଡାଉନ କରାଯିବ ବୋଲି ଜିଲ୍ଲାପାଳ ମନୀଷା ବାନାର୍ଜୀ ସାମ୍ବାଦିକ ମାନଙ୍କୁ ସୂଚନା ଦେଇଛନ୍ତି । ସଟଡାଉନ ସମୟରେ ଅତ୍ୟାବଶ୍ୟକ ଦୋକାନ ଓ ଜରୁରୀକାଳୀନ ସେବା ଯୋଗାଇ ଦେଉଥିବା ସରକାରୀ କାର୍ଯ୍ୟାଳୟ ଗୁଡ଼ିକ ଖୋଲାରହିବ । ଏବେ ପୋଲିସ ପ୍ରଶାସନ ପକ୍ଷରୁ ଜିଲ୍ଲା ସାରା ମାସ୍କ ଚେକିଂ ଚାଲିଛି । ସେହିପରି ସାମାଜିକ ଦୂରତ୍ବ ରକ୍ଷା କରିବା ଦିଗରେ ପୋଲିସ ସବୁ ସମୟରେ ଯତ୍ନବାନ ରହିଛି ।