ଓଡିଶା

odisha

ବଢ଼ିଲା ମନ୍ତ୍ରୀଙ୍କ ଅଡ଼ୁଆ, ନବୀନ ନିବାସ ଘେରିଲା ଛାତ୍ର କଂଗ୍ରେସ

By

Published : Oct 26, 2021, 4:34 PM IST

Updated : Oct 26, 2021, 6:46 PM IST

ଭୁବନେଶ୍ବର: ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ନ୍ୟାୟ ଦାବିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବାସଭବନ ଘେରାଉ କଲା ଛାତ୍ର କଂଗ୍ରେସ । ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିବା ମମିତା ମେହର ହତ୍ୟାକାଣ୍ଡରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଛାତ୍ର କଂଗ୍ରେସ ନେତା ୟାସିର ନୱାଜଙ୍କ ନେତୃତ୍ବରେ କର୍ମୀମାନେ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘେରାଉ କରିଥିଲେ । ହତ୍ୟାକାଣ୍ଡରେ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ବିରୋଧରେ ଠୋସ ପ୍ରମାଣ ଥିବା ସତ୍ତ୍ବେ ତାଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନଥିବା ଅଭିଯୋଗ ହୋଇଛି । ଏହାର ପ୍ରତିବାଦରେ କଂଗ୍ରେସ କର୍ମୀ ନବୀନ ନିବାସ ଆଡ଼କୁ ମୁଁହାଇଥିଲେ । ଫରେଷ୍ଟ ପାର୍କ ନିକଟରେ ପୋଲିସ ସେମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିବା ବେଳେ ପୋଲିସ ଓ କଂଗ୍ରେସ କର୍ମୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ରାଜ୍ୟରେ ମହିଳାଙ୍କୁ ସମ୍ମାନ ମିଳୁଛି ବୋଲି ମୁଖ୍ୟମନ୍ତ୍ରୀ କହୁଛନ୍ତି, ହେଲେ ଜଣେ ମହିଳାଙ୍କ ଜଘନ୍ୟ ହତ୍ୟା ନେଇ ମୁଖ୍ୟମନ୍ତ୍ରୀ କ'ଣ ପାଇଁ ଚୁପ ବସିଛନ୍ତି ବୋଲି ପ୍ରଶ୍ନ କରିଛି ଛାତ୍ର କଂଗ୍ରେସ। ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ
Last Updated : Oct 26, 2021, 6:46 PM IST

ABOUT THE AUTHOR

...view details