ଓଡିଶା

odisha

By

Published : Sep 2, 2021, 6:24 PM IST

ETV Bharat / videos

OBC ସଂରକ୍ଷଣ ନେଇ ରାଜ୍ୟ ସରକାର ଡ୍ରାମା କରୁଛନ୍ତି: କଂଗ୍ରେସ ବିଧାୟକ

ଭୁବନେଶ୍ବର: ମୌସୁମୀ ଅଧିବେଶନର ଦ୍ବିତୀୟ ଦିନରେ ଗୃହରେ ମହାଙ୍ଗା ତାତି ଦେଖା ଦେଇଥିଲା । ମହାଙ୍ଗାରେ ବିଜେପି ପ୍ରତିନିଧିଙ୍କ ହତ୍ୟାକାଣ୍ଡକୁ ନେଇ ଆଇନ ମନ୍ତ୍ରୀଙ୍କ ଇସ୍ତଫା ଦାବି କରି ଗୃହରେ ହଙ୍ଗାମା କରିଥିଲା ବିରୋଧୀ ବିଜେପି । ଏହାକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି । ବିଜେପି ଏହି ପ୍ରସଙ୍ଗକୁ ନେଇ ରାଜନୀତି କରୁଛି ବୋଲି ସେ କହିଛନ୍ତି । ସେପଟେ ରାଜ୍ୟରେ ଓବିସି ସଂରକ୍ଷଣ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି କଂଗ୍ରେସ ବିଧାୟକ । ଓବିସିଙ୍କ ପାଇଁ ରାଜ୍ୟ ସରକାର ଡ୍ରାମା କରୁଛନ୍ତି ବୋଲି କଟାକ୍ଷ କରିଛନ୍ତି । ସେପଟେ କଂଗ୍ରେସର ଦାବି ଓ ବିଜେପି ମଧ୍ୟରେ ମୌସମୀ ଅଧିବେଶନର ଦ୍ବିତୀୟ ଦିନ ମଧ୍ୟ ସଠିକ ଢଙ୍ଗରେ ଚାଲି ପାରିଲା ନାହିଁ । ଶୁକ୍ରବାର ସକାଳ ୧୦.୩୦ ପର୍ଯ୍ୟନ୍ତ ଗୃହ ମୂଲତବୀ ଘୋଷଣା ହୋଇଛି । ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ ରାୟ , ଇଟିଭି ଭାରତ

ABOUT THE AUTHOR

...view details