ଓଡିଶା

odisha

ETV Bharat / videos

ସାପର ସାଥି ସୁବାସ; ଖୋଜେନି ପାଉଣା, ବଞ୍ଚାଏ ଜୀବନ

By

Published : Sep 8, 2020, 10:32 PM IST

ନବରଙ୍ଗପୁର: ସାପ.. ନା ଶୁଣିଲେ । କିଏ ବା ନ ଡରେ । ଛୋଟ ହେଉ କି ବଡ, ବୁଢା ହେଉବା ଯୁଆନ । ସାପକୁ ଦେଖିଲେ ସମସ୍ତେ ଥରହର । କିନ୍ତୁ ଆମେ ଏମିତି ଏକ ବ୍ୟକ୍ତିଙ୍କ କାହାଣୀ ଆପଣଙ୍କୁ କହିବାକୁ ଯାଉଛୁ, ଯିଏ ସାପ ଦେଖିବା ମାତ୍ରେ, କୌତୁହଳର ସହ ଧାଇଁ ଯାଆନ୍ତି ଧରିବାକୁ । ଫୋନ କଲ ପାଇବା ମାତ୍ରକେ ହିଁ ହାଜର ହୋଇଯାଆନ୍ତି । ଆଉ ବିନା ପ୍ରଶିକ୍ଷଣରେ ମଧ୍ୟ ଅତି ସହଜରେ ସାପକୁ କାବୁ କରିନିଅନ୍ତି । ଦୀର୍ଘ 20 ବର୍ଷ ଧରି ସାପ ଧରିବା କାର୍ଯ୍ୟ ଜାରି ରଖିଥିବା ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ନବରଙ୍ଗପୁରର ସ୍ନେକମ୍ୟାନ ସୁବାସ ସାମନ୍ତରାୟ । ସାପ ଧରି ସାଧାରଣ ଜନତାଙ୍କୁ ଜୀବନ ରକ୍ଷା କରିବା ହିଁ ପାଲଟିଛି ସୁବାଷଙ୍କ ଜୀବନର ବ୍ରତ । ପିଲାଟି ଦିନରୁ ମା ଠାରୁ ସାପ ଧରିବା ଶିକ୍ଷା ଲାଭ କରିଥିବା ବେଳେ ବର୍ତମାନ ପର୍ଯ୍ୟନ୍ତ ପ୍ରାୟ 10 ହଜାର ସାପ ଧରି ଛାଡି ଥିବା କୁହନ୍ତି ସୁବାସ । କେବଳ ନବରଙ୍ଗପୁର ସହର ନୁହେଁ ଜିଲ୍ଲାର ଯେକୌଣସି ସ୍ଥାନକୁ ଡାକିଲେ ସାପ ଧରିବାକୁ ସେ ଧାଇଁ ଯାଆନ୍ତି । ସାପ ଧରିବା ପରେ କାହାକୁ କିଛି ମାଗି ନଥାନ୍ତି । ଯିଏ ଯାହା ଖୁସିରେ ଦେଲା ସେଥିରେ ସେ ଖୁସ ହୋଇ ଫେରି ଆସନ୍ତି ।

ABOUT THE AUTHOR

...view details