ଓଡିଶା

odisha

ETV Bharat / videos

ଲକଡାଉନରେ ଶୀତଳଷଷ୍ଠୀ: ବିଧି ମୁତାବକ ସମ୍ପନ୍ନ ହେଲା ପତରପେଣ୍ଡି

By

Published : May 25, 2020, 8:12 PM IST

ସମ୍ବଲପୁର: ଅତି ନିରାଡ଼ମ୍ବର ଭାବେ ହେଲେ ମଧ୍ୟ ସମ୍ବଲପୁରରେ ଜାରି ରହିଛି ଶୀତଳଷଷ୍ଠୀ ଯାତ୍ରା । ଏହି କ୍ରମରେ ସୋମବାର ବଡ଼ବଜାର ଶୀତଳେଶ୍ବର ବାବାଙ୍କ ନିର୍ବନ୍ଧ ବା ପତରପେଣ୍ଡି ସମ୍ପନ୍ନ ହୋଇଛି । ଶୀତଳେଶ୍ବର ବାବାଙ୍କ ମନ୍ଦିରରୁ ଅତି ନିରାଡ଼ମ୍ବର ଭାବେ ବରପିତା, ସପ୍ତ ଋଷି ଓ ଜଣେ ପୂଜକ ବାହାରି କନ୍ୟା ମାତା ପିତାଙ୍କ ଘରେ ପହଞ୍ଚିଥିଲେ । ବିଧି ମୁତାବକ ରୀତିନୀତି ଓ ପାରମ୍ପରିକ ପୂଜାର୍ଚ୍ଚନା ପରେ ଶୀତଳେଶ୍ବର ବାବାଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଥିଲା । ଲକଡାଉନ ଯୋଗୁଁ 15 ଜଣଙ୍କ ମଧ୍ୟରେ ଏହି ନିର୍ବନ୍ଧ ଶେଷ ହୋଇଛି । ଏଥିସହ ସହରର ଅନ୍ୟ ପ୍ରମୁଖ ଯାତ୍ରା କମିଟି ଯଥା ଝାଡୁଆପଡା, ମୁଦୀପଡା ସହ ସମସ୍ତ ଯାତ୍ରା କମିଟିର ପତରପେଣ୍ଡି ସନ୍ଧ୍ୟା ସୁଦ୍ଧା ସମ୍ପନ୍ନ ହେବାକୁ ଯାଉଛି । ସମ୍ବଲପୁରରୁ ବାଦଶାହ ଜୁସ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details