ଖୋଲିଲା ଶିମିଳିପାଳ ଅଭୟାରଣ୍ୟ, ଜମୁଛି ଭିଡ
ବାରିପଦା: ବର୍ଷା ଋତୁ ପାଇଁ ଗତ ଜୁନ 15 ତାରିଖରୁ ବନ୍ଦ ରହିଥିବା ଶିମିଳିପାଳ ଅଭୟାରଣ୍ୟ ପର୍ଯଟକଙ୍କ ପାଇଁ ଆଜି ଖୋଲାଯାଇଛି। ସାଢ଼େ ଚାରିମାସର ବ୍ୟବଧାନ ପରେ ଶୀତ ୠତୁରେ ଖୋଲିଛି ଶିମିଳିପାଳ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଥିବା ଶିମିଳିପାଳ ଅଭୟାରଣ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟକୁ ଉପଭୋଗ କରିବା ପାଇଁ ପର୍ଯ୍ୟଟକଙ୍କ ଭିଡ଼ ଜମିଛି ।