ସଙ୍ଗୀତ ପ୍ରେମରେ ସୀମାଦ୍ରୀ, ସାଇତିଛନ୍ତି 7500 ସ୍ମରଣୀୟ ଭିନାଇନ - କୋରାପୁଟ
କୋରାପୁଟ: ‘ଗ୍ରାମଫୋନ’ ଅଶୀ ଦଶକର ପ୍ରମୁଖ ମନୋରଞ୍ଜନ ଉତ୍ସ । ଆଉ ଏଥିରୁ ଭାସିଆସୁଥିବା ସଙ୍ଗୀତର ମୁର୍ଚ୍ଛନାରେ ଆବାଳ ବୃଦ୍ଧବନିତା ମତୁଆଲା ହୋଇଥାନ୍ତି । ସେହି ପ୍ରେମରେ ବି ପଡିଥିଲେ କୋରାପୁଟର ସୀମାଦ୍ରି ପାଣିଗ୍ରାହୀ । ଆଉ ସାଇତିବାକୁ ଲାଗିଥିଲେ ସ୍ମରଣୀୟ ସଙ୍ଗୀତ ଗୁଡିକର ଭିନାଇଲ ରେକର୍ଡ । ଭିନାଇଲ ରେକର୍ଡ ସଂଗ୍ରହ କରିବା ସହ ସେଗୁଡିକୁ ଗ୍ରାମୋଫୋନରେ ବଜାଇ ଆନନ୍ଦିତ ହେଉଥିଲେ । ସମୟକ୍ରମେ ସେଗୁଡିକ ବଜାରରୁ ଉଭେଇଯାଇଛି ସତ, ହେଲେ ବର୍ତ୍ତମାନ ସେଗୁଡିକ ଶୋଭାପାଉଛି ସୀମାଦ୍ରିଙ୍କ ପ୍ରଦର୍ଶନୀରେ ।