୧୦ ବର୍ଷରେ ଗ୍ରୀନସିଟି ହେବ କଟକ, ଗୋଟିଏ ଗଛ ପାଇଁ ଜଣଙ୍କୁ ଦାୟିତ୍ବ
ବାତ୍ୟା ଫନିରେ ସିଲଭରସିଟି କଟକ ସହରରେ ପ୍ରାୟ ୬ ହଜାରରୁ ଉର୍ଦ୍ଧ୍ବ ଗଛ ନଷ୍ଟ ହୋଇଥିଲା । ଏହାକୁ ଦୃଷ୍ଟିରେ ରଖି ସିଏମସି ସହରରେ ୬ ହଜାର ଗଛ ଲଗାଇବାକୁ ନିଷ୍ପତି ନେଇଛି । ଯାହାଦ୍ୱାରା ଆଗାମୀ ୧୦ ବର୍ଷ ମଧ୍ୟରେ ସିଲଭର ସିଟି ହେବ ସବୁଜମୟ ସହର ।