ଓଡିଶା

odisha

By

Published : Dec 30, 2020, 10:49 PM IST

ETV Bharat / videos

ପଞ୍ଚଭୂତରେ ଲୀନ ହେଲା ଶାନ୍ତନୁ ମହାପାତ୍ରଙ୍କ ପାର୍ଥୀବ ଶରୀର, ରାଷ୍ଟ୍ରୀୟ ମର୍ଯ୍ୟଦା ସହ ଶେଷକୃତ୍ୟ ସମ୍ପନ୍ନ

ଭୁବନେଶ୍ବର: ବିଶିଷ୍ଟ ସଙ୍ଗୀତ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସତ୍ୟନଗର ଶ୍ମଶାନରେ ଶେଷକୃତ୍ବ ସମ୍ପନ୍ନ ହୋଇଛି । ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଗଲା ଅନ୍ତିମ ସଂସ୍କାର । ଏନେଇ ସୂଚନା ଦେଲେ ତାଙ୍କ ବଡ ପୁଅ କୌଶିକ ମହାପାତ୍ର । ସେପଟେ ପଦ୍ମଶ୍ରୀ ଶାନ୍ତନୁଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୁଃଖ ପ୍ରକାଶ କରିଛନ୍ତି । ଓଡିଆ ସମେତ ଅନେକ ଭାଷାର ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇ ସ୍ୱର୍ଗତ ମହାପାତ୍ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଶୋକସନ୍ତପ୍ତ ପରିବାର ବର୍ଗକୁ ସମବେଦନା ଜଣାଇବା ସେ ତାଙ୍କର ଅମର ଆତ୍ମାର ସଦଗତି କାମନା କରିଛନ୍ତି ।

ABOUT THE AUTHOR

...view details