ବର୍ଷା: ବୁଡାଇଦେଲା ବସା ବେଉସା, ଏବେ ପ୍ରଶାସନ ଭରସା - Gajapati news
ଗଜପତି: ବର୍ଷା ଛାଡିଛି, ହେଲେ ଛାଡି ଯାଇଥିବା କ୍ଷତ ଶୁଖିନାହିଁ । ଏଭଳି ଚିତ୍ର ସାମ୍ନାକୁ ଆସିଛି ଗଜପତି ଜିଲ୍ଲା ରାୟଗଡ ବ୍ଲକ ଗାଲଗଣ୍ଡା ଗାଁରୁ । ଲଘୁଚାପ ଜନିତ ବର୍ଷା ଯୋଗୁଁ ଏଠାରେ ଭୂସ୍ଖଳନ ହୋଇଥିବାବେଳେ ମାଟିରେ ମିଶିଯାଇଥିଲା 2ଟି ଘର ଏବଂ ଅନ୍ୟ 3ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଥିଲା । ତେବେ ଆଗକୁ ଯେମିତି କିଛି ଅଘଟଣ ନ ଘଟେ, ସେଥିପାଇଁ ଏହି ଗାଁର ଲୋକେ ଏବେ ଗାଁ ଛାଡିବାକୁ ଚାହୁଁଛନ୍ତି ।