ଓଡିଶା

odisha

ETV Bharat / videos

ପ୍ରଶାସନ ଭାଙ୍ଗିଦେଲା ସରକାରୀ ଜମିରେ ଥିବା ଘର, ଖୋଲା ଆକାଶ ତଳେ ବିତୁଛି ଜୀବନ

By

Published : Jul 8, 2020, 6:13 PM IST

କେନ୍ଦ୍ରପଡା: ଭାଙ୍ଗି ଯାଇଛି ଘର, ଉଜୁଡି ଯାଇଛି ପରିବାର । ବାଉଁଶ ବୁଦା ମୂଳ ପାଲଟିଛି ଆଶ୍ରୟସ୍ଥଳ । ରୋଷେଇ କରି ଖାଇବା ପାଇଁ ନା ଅଛି ଚୁଲି, ନା ଅଛି ଚାଉଳ । କେନ୍ଦ୍ରାପଡା ଡେରାବିଶ୍ ତହସିଲ ଅଧିନ ଚାଟରା-ଚକଡା ଗାଁର ସନୱରୀ ବେଗମ ଓରଫ ସସ୍ମିତା ବେହେରାଙ୍କ ସରକାରୀ ଜମିରେ ଥିବା ଘରକୁ, ସରକାର ଭାଙ୍ଗିଦେବା ପରେ ବାଉଁଶ ବୁଦାମୂଳ ତାଙ୍କ ପାଇଁ ସାହାରା ପାଲଟିଛି । ଛୋଟ ଝିଅ ଓ ସ୍ବାମୀଙ୍କୁ ଧରି ତିନି ମାସର ଗର୍ଭବତୀ ଥିବା ସସ୍ମିତା ଅସହାୟ ହୋଇପଡିଛନ୍ତି । ପ୍ରଥମେ ହିନ୍ଦୁ ପୁଅକୁ ବାହା ହେବାରୁ ଉଭୟଙ୍କ ପରିବାର ଲୋକେ ପଚାରୁନଥିବାବେଳେ ସରକାରୀ ଜମିରେ ଥିବା ଅସ୍ଥାୟୀ ଘର ଭଙ୍ଗାଯିବା ବୋଝ ଉପରେ ନଳିତା ବିଡା ସଦୃଶ ହୋଇଛି । ସବୁଠାରୁ ବଡକଥା ହେଉଛି ସେ ଡାକ୍ତରୀ ଚେକଅପ୍‌ କରିବାକୁ ଯାଇଥିବା ସମୟରେ ତାଙ୍କ ଘର ଉପରେ ବୁଲଡୋଜର ଚଲାଇଥିବାରୁ ସେ କୌଣସି ଜିନିଷ ମଧ୍ୟ ରଖି ପାରିନାହାଁନ୍ତି ।

ABOUT THE AUTHOR

...view details