ଓଡିଶା

odisha

ETV Bharat / videos

ବାଲୁକା କଳାରେ ସୁବ୍ରମଣ୍ୟମଙ୍କୁ ସ୍ମରଣ କଲେ ସୁଦର୍ଶନ

By

Published : Sep 25, 2020, 10:38 PM IST

ପୁରୀ: ସଂଗୀତ କ୍ଷେତ୍ରରେ ଅତୁଳନୀୟ ପ୍ରତିଭାର ଅଧିକାରୀ ପ୍ରଖ୍ୟାତ ଗାୟକ ଶ୍ରୀପତି ପଣ୍ଡିତାରାଧ୍ୟାଲୁ ବାଲ ସୁବ୍ରମଣ୍ୟମ ଆଉ ନାହାନ୍ତ । ଯାହାଙ୍କ ଯାଦୁକରୀ କଣ୍ଠରେ ହଜାର ହଜାର ଗୀତ ଅମରତ୍ବ ଲାଭ କରିଥିଲେ ସେ ଆଜି ଚୀରଦିନ ପାଇଁ ଅଫେରା ରାସ୍ତାର ପଥିକ ପାଲିଟିଯାଇଛନ୍ତି । ତେବେ ବାଲୁକା କଳାରେ ବାଲାସୁବ୍ରମଣ୍ୟମଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ସୁଦର୍ଶନ ପଟ୍ଟନାୟକ ଟ୍ବିଟ କରି ଏହି ବାଲୁକା କଳାକୁ ସେୟାର କରିଛନ୍ତି । ସେ ନିଜ ଟ୍ବିଟରେ ଲେଖିଛନ୍ତି, ଏପରି କିମ୍ବଦନ୍ତୀ ଗାୟକ ଏସପି ବାଲାସୁବ୍ରମଣ୍ୟମଙ୍କ ଦେହାନ୍ତ ଖବର ଶୁଣି ଦୁଃଖିତ | ଆପଣ ନିଜ ସଙ୍ଗୀତ ମାଧ୍ୟମରେ ଆମ ହୃଦୟରେ ସବୁଦିନ ପାଇଁ ଚୀର ଅମର ରହିବେ ବୋଲି ସେ ଲେଖିଛନ୍ତି । ଭେଟେରାନ ପ୍ଲେବ୍ୟାକ ସିଙ୍ଗର ଏସପି ବାଲାସୁବ୍ରମଣ୍ୟମ(ଏସପିବି)ଙ୍କ 74 ବର୍ଷରେ ପରଲୋକ ହୋଇଛି ।ଦୀର୍ଘ ସମୟ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ବାଲାସୁବ୍ରମଣ୍ୟମ । ଅଗଷ୍ଟ 5ରେ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ।

ABOUT THE AUTHOR

...view details