ଓଡିଶା

odisha

ETV Bharat / videos

କୃଷି ବିଲ ନେଇ ଚାଷୀ ଅସନ୍ତୋଷ, ଆନ୍ଦୋଳନରେ ସାମିଲ ହେବେ ପଶ୍ଚିମ ଓଡ଼ିଶା ଚାଷୀ - ଓଡ଼ିଶା ଚାଷୀ

By

Published : Sep 23, 2020, 9:26 PM IST

ସମ୍ବଲପୁର: କେନ୍ଦ୍ର ସରକାରଙ୍କ ଦ୍ବାରା ପାସ ହୋଇଥିବା କୃଷି ବିଲକୁ ନେଇ ତୀବ୍ର ହୋଇଛି ବିରୋଧ। ଚାଷୀ ବିରୋଧି ବିଲ କହି ବିରୋଧ କରିଛନ୍ତି କଂଗ୍ରେସ ସମେତ ଅନେକ ରାଜନୈତିକ ଦଳ । ସେପଟେ ଏହି ବିଲକୁ ନେଇ ସମ୍ବଲପୁର ସମେତ ସମଗ୍ର ପଶ୍ଚିମ ଓଡ଼ିଶା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ଏଥିପାଇଁ ଆଗକୁ ସମଗ୍ର ପଶ୍ଚିମ ଓଡିଶାରେ ଚାଷୀ ବିଲକୁ ନେଇ ଆନ୍ଦୋଳନ ହେବା ସହ ଜାତୀୟ ସ୍ତରୀର ଆନ୍ଦେଳନର ମଧ୍ୟ ସମନ୍ବୟ ରକ୍ଷା କରିବ ପଶ୍ଚିମ ଓଡିଶା କୃଷକ ସଙ୍ଗଠନ ସମନ୍ବୟ ସମିତି । ଦେଶର ପୂର୍ବରୁ APMC,CACP,FCI, state Mandi Board ର ବ୍ୟବସ୍ଥା ଥାଇ ମଧ୍ୟ ଚାଷୀ ପାଇଁ ଏମଏପି ନିଶ୍ଚିତ ହୋଇପାରିନଥିବା ବେଳେ ନୂଆ କୃଷି ଵିଲରେ ଏମଏସପି ପାଇଁ କୌଣସି ପ୍ରାବଧାନ ନାହିଁ ବୋଲି କହିଛନ୍ତି ଚାଷୀ ନେତା। ଏଭଳି ପରିସ୍ଥିତି ରେ ଚାଷୀ ସର୍ବନିମ୍ନ ସହାୟକ ମୂଲ୍ୟ କିପରି ପାଇବ ବୋଲି ଚାଷୀ ଚାଷୀ ପ୍ରଶ୍ନ କରିଛନ୍ତି। ମଣ୍ଡି ବ୍ୟବସ୍ଥା ଉଠିଯିବ ଓ ହଜାର ହଜାର ଘରୋଇ କ୍ରେତା ସୃଷ୍ଟି ହେବ ଓ ମୁଖ୍ୟତଃ କ୍ଷୁଦ୍ର ଓ ଗରିବ ଚାଷୀ ଉତ୍ପାଦିତ କୃଷି ସାମଗ୍ରୀ ର ସଠିକ ମୂଲ୍ୟ ପାଇବାରୁ ବଞ୍ଚିତ ହେବାର ସମ୍ଭାବନା ରହିଥିବା ଅଭିଯୋଗ ହୋଇଛି ।

ABOUT THE AUTHOR

...view details