ଓଡିଶା

odisha

ETV Bharat / videos

କୋରାପୁଟର ସୌନ୍ଦର୍ଯ୍ୟକରଣ ପାଇଁ 10 ଲକ୍ଷ, ଚିତ୍ରକରଙ୍କ ମୁହଁରେ ଫୁଟିଲା ହସ

By

Published : Jun 29, 2020, 12:54 PM IST

କୋରାପୁଟ: କୋଭିଡ ଲକଡାଉନ ସମୟରେ କୋରାପୁଟର ଚିତ୍ରକର ହାତବାନ୍ଧି ବସିଥିବା ବେଳେ ସରକାରଙ୍କ ତରଫରୁ ସହରରେ ଚିତ୍ରକରିବାକୁ 10 ଲକ୍ଷ ଟଙ୍କା ବ୍ୟୟବରାଦ କରାଯାଇଛି । ଏନେଇ ପୌରନିର୍ବାହୀ ଅଧିକାରୀ ଗୌର ଚନ୍ଦ୍ର ପଟ୍ଟନାୟକ ସୂଚନା ଦେଇଛନ୍ତି । ଏହା ଦ୍ବାରା ଚିତ୍ରକର ମୁହଁରେ ହସ ଫୁଟିଛି । କୋଭିଡ ଲକଡାଉନ ସମୟରେ କୋରାପୁଟ ସହର ଶ୍ରୀହୀନ ହୋଇପଡିଥିଲା ବେଳେ ସହରର ପ୍ରମୁଖ ସ୍ଥାନ ଗୁଡିକରେ ଚିତ୍ର ଆଙ୍କିବାକୁ ସରକାର ଯୋଜନା କରିଛନ୍ତି । ଏହି କାନ୍ଥଚିତ୍ର ମାଧ୍ୟମରେ ବିଭିନ୍ନ ସାମାଜିକ ବାର୍ତ୍ତା, କୋରାପୁଟର ଆଦିବାସୀଙ୍କ ଜୀବନଶୈଳୀ, ଚାଷବାସ, ନାଚଗୀତର ଚିତ୍ର ବେଶ ଆକର୍ଷଣ ସୃଷ୍ଟି କରିଥିବା ନେଇ ନିୟୋଜିତ ହୋଇଥିବା ଚିତ୍ରକର ଟୁବୁଲି ବେହେରା ମତବ୍ୟକ୍ତ କରିଛନ୍ତି ।

ABOUT THE AUTHOR

...view details