କୋରୋନା କାଳରେ ମନ ମୋହୁଛି ପଟ୍ଟଚିତ୍ର ମାସ୍କ, ସ୍ବାବଲମ୍ବୀ ହେଉଛନ୍ତି ମହିଳା - କୋରୋନା କାଳ
ଭୁବନେଶ୍ବର: ଲକଡାଉନ ସମୟରେ ରୋଜଗାର ଦେଉଛି ପଟ୍ଟଚିତ୍ର ମାସ୍କ। ରୋଜଗାରକ୍ଷମ କରୁଛି ରଙ୍ଗ ତୂଳୀ । ପଟ୍ଟଚିତ୍ର କଳାରେ ସ୍ବାବଲମ୍ବୀ ହେଉଛନ୍ତି ମହିଳା ଓ ଯୁବତୀ । ଲକଡାଉନ ସମୟରେ ସବୁଠି ଆର୍ଥିକ ସମସ୍ୟା ଲାଗିରହିଛି । ଏହି ସମୟରେ ପଟ୍ଟଚିତ୍ର ମାସ୍କ ତିଆରି କରି ଓଲ୍ଡ ଟାଉନ ଅଞ୍ଚଳରେ କିଛି ମହିଳା ଓ କଲେଜ ପଢୁଆ ଝିଅମାନେ ଦି ପାଇସା ରୋଜଗାର କରିପାରୁଛନ୍ତି । ମାସ୍କରେ ପଟ୍ଟଚିତ୍ର କରି ସେମାନେ ରୋଜଗାର କ୍ଷମ ହୋଇପାରୁଛନ୍ତି । ଗରିବ ପରିବାରର ମହିଳା ଓ ଯୁବତୀମାନେ ଏଠାରେ କାମ କରୁଛନ୍ତି । ଓଲଡ ଟାଉନରେ ରହିଛି ସୁଚିତ୍ରା କ୍ରାଫ୍ଟ ସଂସ୍ଥା । ଯେଉଁଠି ଭଳିକି ଭଳି ହାତ ତିଆରି ରଙ୍ଗ ତୂଳୀରେ ଚିତ୍ର କରାଯାଉଛି ।