ଲକଡାଉନ ବଢିଲେ, ବଢିବ ନନକୋଭିଡ ରୋଗୀଙ୍କ ମୃତ୍ୟୁହାର ! କଣ କହୁଛନ୍ତି ବରିଷ୍ଠ ଡାକ୍ତର
କଟକ: କୋରୋନାକୁ ଭୟ କରିବା ଅନୁଚିତ । ସଟଡାଉନ କିମ୍ବା ଲକଡାଉନ ଦୀର୍ଘଦିନ ଧରି ରହିବା ଉଚିତ ନୁହେଁ । ଏହା ଦ୍ବାରା ନନକୋଭିଡ ରୋଗୀଙ୍କର ମୃତ୍ୟୁ ହାର ଢେର ମାତ୍ରାରେ ବୃଦ୍ଧି ପାଉଛି । ବିଶେଷକରି ଡାକ୍ତରମାନେ କୋରୋନାକୁ ଭୟ କରି ସ୍ବାସ୍ଥ୍ୟ ସେବା ପ୍ରଦାନ କରିବା ଉଚିତ ବୋଲି ଇଟିଭି ଭାରତ ସହ ଆଲୋଚନା କରି ବରିଷ୍ଠ ଚିକିତ୍ସକ ଡାକ୍ତର ପୂର୍ଣ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି । ଏହା ଦ୍ବାରା ରାଜ୍ୟର ସ୍ବାସ୍ଥ୍ୟ ବ୍ୟବସ୍ଥାର ସ୍ଥିତି ବିଗିଡିଯିବ । ସେହିପରି କୋରୋନାକୁ ଭୟ ନକରି ପିପିଇର ବ୍ୟବହାରକୁ ସେ ଗୁରୁତ୍ବ ପ୍ରଦାନ କରିଛନ୍ତି । ଦେଖନ୍ତୁ ସଂପୂର୍ଣ୍ଣ ଭିଡିଓ... କଟକରୁ ନାରାୟଣ ସାହୁ, ଇଟିଭି ଭାରତ