ଓଡିଶା

odisha

ETV Bharat / videos

ଭକ୍ତ ଶୂନ୍ୟ ବଡଦାଣ୍ଡ: ବେପାର ମାନ୍ଦାରୁ ଚିନ୍ତାରେ ବ୍ୟବସାୟୀ - corona pandemic

By

Published : Aug 8, 2020, 5:58 PM IST

ପୁରୀ: କୋଭିଡ ସଂକ୍ରମଣ ଆଶଙ୍କାକୁ ନେଇ ମାର୍ଚ୍ଚ 20 ତାରିଖରୁ ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଲାଗିଛି । ସେହିପରି ଲକଡାଉନ ପର ଠାରୁ ପୁରୀକୁ ପର୍ଯ୍ୟଟକଙ୍କ ପ୍ରବେଶ ନେଇ କଟକଣା ରହିଛି। ଫଳରେ ଭକ୍ତ ଓ ପର୍ଯ୍ୟଟକଙ୍କ ବିନା ଖାଁ ଖାଁ ପୁରୀ ସହର। ଆଉ ଯାହାର ସିଧାସଳଖ ପ୍ରଭାବ ପଡିଛି ପୁରୀର ଅର୍ଥନୀତି ଉପରେ। ପୁରୀ ସହରର ଅର୍ଥନୀତି ସମ୍ପୂର୍ଣ୍ଣ ପର୍ଯ୍ୟଟନ ଉପରେ ନିର୍ଭରଶୀଳ ଥିବାରୁ ସମସ୍ତ ବ୍ୟବସାୟୀ ଏବେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ସେ ଖଜା ଦୋକାନ ହେଉକି ସେ ଶଙ୍ଖ ମାଳି, ଅବା ପିତ୍ତଳ ସାମଗ୍ରୀ ଦୋକାନ । ପର୍ଯ୍ୟଟକମାନେ ପୁରୀ ଆସି ଫେରିବାବେଳେ ବିଭିନ୍ନ ସାମଗ୍ରୀ ବଡ଼ ଦାଣ୍ଡ, ସି ବିଚରୁ କିଣି ଫେରିଥାନ୍ତି। ଆଉ ଏଥିରେ ଭଲ ଦୁଇ ପଇସା ରୋଜଗାର କରି ପରିବାର ଚଳାନ୍ତି ବ୍ୟବସାୟୀ ମାନେ।

ABOUT THE AUTHOR

...view details