ନୀଳାଚଳେ ଜଗନ୍ନାଥ: ପରମ ଭକ୍ତ ସାଲବେଗ, ଅଟକିଥିଲା କାଳିଆର ନନ୍ଦିଘୋଷ ରଥ
ପୁରୀ: ଏହି କାଳଜୟୀ ପ୍ରାର୍ଥନା, ଭକ୍ତିସଙ୍ଗୀତ, ଜଣାଣ ଶୁଣିଦେଲେ କୋଟି ଓଡିଆର ହୃଦୟ ନାଚି ଉଠେ ପ୍ରାଣ କୃତ୍ୟ କୃତ୍ୟ ହୋଇଯାଏ । ଭକ୍ତି ଭାବରେ ବିଭୋର ମନରେ ଆସିଯାଏ ଏହି ପରି ଶତ ଶତ ଜଗନ୍ନାଥ ଭଜନ ଜଣାଣର ରଚୟିତା ଜଣେ ହିନ୍ଦୁ ନୁହନ୍ତି ମୁସଲମାନ ...ନାଁ ତାଙ୍କ ଭକ୍ତ ସାଲବେଗ । ଆଉ ମୁସଲମାନ ଭାବେ ସାଲବେଗଙ୍କ ଜୀବନ ଚରିତ ଓ ତାଙ୍କ ଜଗନ୍ନାଥ ଭକ୍ତି ଦର୍ଶାଏ ..ଜାତି, ବର୍ଣ୍ଣ, ଧର୍ମ, ନିର୍ବେଶଷରେ ଏ ଠାକୁର କେବଳ ଭାବ ର ଠାକୁର, ଭକ୍ତର ଭଗବାନ । ଭକ୍ତ ପାଇଁ ବେଶ, ରୂପ, ଦର୍ଶନ, ଯାତ୍ରା ସବୁକିଛି ,,,ଭକ୍ତପ୍ରାଣ ତୋଷିବା ପାଇଁ ଭଗବାନଙ୍କ ଲୀଳାଖେଳା ।