କୋରୋନା ପାଇଁ ଜୀବନ-ଜୀବିକା ଦୋଛକିରେ ଲଣ୍ଡ୍ରୀ ବ୍ୟବସାୟୀ
ଭଦ୍ରକ: କୋରୋନା କାଳରେ ସବୁ ଆଡେ ରୋଜଗାରର ମାଧ୍ୟମ ଏକ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଏହି ମହାମାରୀର କବଳରୁ କେହି ମୁକ୍ତ ହୋଇପାରୁନଥିବା ବେଳେ ଜୀବିକା ବେଶ ପ୍ରଭାବିତ ହୋଇଛି । ଲଣ୍ଡ୍ରି ବ୍ୟବସାୟ ସହ ରଜକ (ଧୋବା) ମାନଙ୍କ କୌଳିକ ବୃତ୍ତି କ୍ଷେତ୍ରରେ ଏହାର ପ୍ରଭାବ ମଧ୍ୟ ଦେଖିବାକୁ ମିଳିଛି। ଫଳରେ କେତେ ଜଣ ବୃତ୍ତି ପରିବର୍ତ୍ତନ କରିଥିବାବେଳେ ଅନ୍ୟ ମାନେ ନାହିଁ ନଥିବା ସମସ୍ୟା ଦେଇ ଗତି କରୁଛନ୍ତି। ତେଣୁ ଜୀବିକାକୁ ନେଇ ଅନିଶ୍ଚିତ ଭବିଷ୍ୟତ ମଧ୍ୟରେ ଏବେ ଏହି ବୃତ୍ତି । ମହାମାରୀକୁ ପ୍ରତିହତ ପାଇଁ ଅନେକ ଚେଷ୍ଟା ପ୍ରେଚଷ୍ଟା । ଲକଡାଉନ, ସଟଡାଉନ ସହ କଟକଣା ଯୋଗୁଁ ଏବେ ସବୁ ଠପ୍ । ଏହାର ଘୋର ପ୍ରଭାବ ଦେଖାଦେଇଛି ଭଦ୍ରକରେ ଥିବା 30ରୁ ଅଧିକ ଲଣ୍ଡ୍ରି ବ୍ୟବସାୟୀଙ୍କ ଉପରେ। ଆଧୁନିକ ଶୈଳୀରେ ମେସିନ ମାଧ୍ୟମରେ ଲୁଗା ଇସ୍ତ୍ରୀ କରି ସେବା ଯୋଗାଇ ଦେବା ସହ ଭଲ ଦି-ପଇସା ରୋଜଗାର କରନ୍ତି। ହେଲେ ଏବେ କୋରୋନାର କାୟା ସବୁ କିଛି ଓଲଟପାଲଟ କରିଦେଇଛି । କାଁ ଭାଁ ଦୋକାନ ଖୋଲା ଥିଲେ ବି ଲୋକମାନେ ଭୟରେ ଲଣ୍ଡ୍ରି ରେ ସଫା କରିବା ପାଇଁ ଦେଉନଥିବା କହିଛନ୍ତି ବ୍ୟବସାୟୀ । ଯାହା ଫଳରେ ରୋଜଗାର ହରାଇବା ଶଙ୍କାରେ ବ୍ୟବସାୟୀ।