ଓଡିଶା

odisha

ETV Bharat / videos

ତିର୍ତ୍ତୋଲରେ ଦିବଙ୍ଗତ ବିଧାୟକ ବିଷ୍ଣୁ ଦାସଙ୍କୁ ଗାର୍ଡ଼ ଅଫ ଅନର

By

Published : Jul 7, 2020, 2:46 PM IST

ଜଗତସିଂହପୁର: ଜିଲ୍ଲାର ବରିଷ୍ଠ ବିଜେଡି ନେତା ତଥା ତିର୍ତ୍ତୋଲ ବିଧାୟକ ବିଷ୍ଣୁ ଦାସଙ୍କ ସୋମବାର ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଦେହାନ୍ତ ହେବା ପରେ ଆଜି ତାଙ୍କ କର୍ମଭୂମି ଜଗତସିଂହପୁରକୁ ପାର୍ଥିବ ଶରୀର ଅଣାଯାଇଥିଲା। ସକାଳ 8.30 ମିନିଟରେ ତାଙ୍କ ପାର୍ଥିବ ଶରୀରକୁ ପ୍ରଥମେ ବିରିଡି ବିଜେଡି କାର୍ଯ୍ୟାଳୟ ଓ ପରେ ତିର୍ତ୍ତୋଲ ଦେଇ ଜଗତସିଂହପୁର ଜିଲାପାଳଙ୍କ କାର୍ଯ୍ୟାଳୟ ପଡିଆକୁ ଅଣାଯାଇଥିଲା। ସେଠାରେ ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କ ମରଶରୀରରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ପୌର ପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ହଜାର ହଜାର ସମର୍ଥକ ଓ ଶୁଭେଚ୍ଛୁ ତାଙ୍କର ଶେଷ ଦର୍ଶନ କରିଥିଲେ।

ABOUT THE AUTHOR

...view details