ଦିପାବଳୀ ପାଇଁ ବ୍ରହ୍ମପୁରରେ ଭଳିକି ଭଳି ଦୀପ ପସରା, ଡିମାଣ୍ଡରେ ‘ଟେରାକୋଟା ଦୀପ’ - Craftsman
ବ୍ରହ୍ମପୁର: ଆସୁଛି ଆଲୋକର ପର୍ବ ଦିପାବଳୀ । କୋରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ବାଣ ଫୁଟାଇବା କିମ୍ବା ବାଣ ବିକ୍ରି ଉପରେ କଟକଣା ଜାରି କରିଛନ୍ତି ରାଜ୍ୟ ସରକାର । ସଭିଙ୍କୁ କ୍ଲିନ ଓ ଗ୍ରୀନ ଦିପାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି । ଏଭଳି ସ୍ଥିତିରେ ଦକ୍ଷିଣ ଓଡିଶାର ପ୍ରମୁଖ ସହର ବ୍ରହ୍ମପୁରରେ ଦୀପାବଳୀ ପାଇଁ ବିଭିନ୍ନ ସ୍ଥାନରେ ଭଳିକି ଭଳି ଦୀପର ବିକ୍ରି ହେଉଥିବା ଦେଖିବାକୁ ମିଳିଛି। କେଉଁଠି ମାଟିଦୀପ ବିକ୍ରି ହେଉଛି ତ କେଉଁଠି ଟେରାକୋଟା କଳାକୃତିର ଦୀପ ବିକ୍ରି ହେଉଥିବା ଦେଖିବାକୁ ମିଳିଛି ।