ଓଡିଶା

odisha

ଡିସେମ୍ବର 20ରୁ ଗୋନାସିକା ମହୋତ୍ସଵ ଓ ପଲ୍ଲୀଶ୍ରୀ ମେଳା

By

Published : Dec 18, 2019, 7:04 PM IST

କେନ୍ଦୁଝର: ସ୍ଥାନୀୟ କାଳି ପଡିଆରେ ଆରମ୍ଭ ହେବାକୁ ଯାଉଛି ଗୋନାସିକା କେନ୍ଦୁଝର ମହୋତ୍ସଵ ଓ ଜାତୀୟ ପଲ୍ଲୀଶ୍ରୀ ମେଳା। ଡିସେମ୍ବର 20 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସଵ ଚାଲିବ। ଏହି ମହୋତ୍ସଵ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଏଥିରେ 13ଟି ରାଜ୍ୟର ଓଡ଼ିଶାର 23 ଜିଲ୍ଲାରୁ ବିଭିନ୍ନ କାରିଗର ସେମାନଙ୍କ ସାମଗ୍ରୀ ବିକ୍ରି କରିବେ । ସେଥିପାଇଁ 240ରୁ ଉର୍ଦ୍ଧ୍ବ ଷ୍ଟଲର ବ୍ୟବସ୍ଥା ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଛି । ଏନେଇ ବୁଧବାର ସ୍ଥାନୀୟ ସର୍କିଟ ହାଉସରେ ଏକ ସାମ୍ବାଦିକ ସମ୍ମିଳନୀରେ ଜିଲ୍ଲାପାଳ ମହୋତ୍ସଵ ବାବଦରେ ସବିଶେଷ ତଥ୍ୟ ପ୍ରକାଶ କରିଛନ୍ତି। ଏହାସହ ରାଜ୍ୟ ତଥା ରାଜ୍ୟ ବାହାରର ବିଭିନ୍ନ କଳାକାର ସାତ ଦିନ ଧରି ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିବେ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି । କେନ୍ଦୁଝରରୁ ସନ୍ତୋଷ ମହାପାତ୍ର, ଇଟିଭି ଭାରତ

ABOUT THE AUTHOR

...view details