ଚାଷୀଙ୍କ ମୁହଁରେ ହସ ଫୁଟାଇଛି ଉଠା ଜଳସେଚନ, ଶସ୍ୟ ଶ୍ୟାମଳା ହୋଇଛି ଟାଙ୍ଗରା ଭୂଇଁ - Irrigation make farmers happy in angul
ଅନୁଗୋଳ: ଚାଷୀଙ୍କ ମୁହଁରେ ହସ ଫୁଟାଇଛି ଉଠା ଜଳସେଚନ ପ୍ରକଳ୍ପ । ଯେଉଁଠି ଦିନେ ଦୁବ କଅଁଳୁ ନଥିଲା ସେଠି ଆଜି ସୁନାର ଫସଲ । ଟାଙ୍ଗର ଭୁଇଁରେ କଦଳୀ, ପୋଟଳ, ତରଭୁଜ, ବାଇଗଣ, ବାଦାମ ପରି ଅର୍ଥକରୀ ଫସଲ ଉତ୍ପନ୍ନ କରି ଚାଷି ସେମାନଙ୍କର ଆର୍ଥିକ ସ୍ଥିତିକୁ ସୁଦୃଢ଼ କରି ପାରିଛନ୍ତି । ଏହା କେବଳ ସମ୍ଭବ ହୋଇଛି ଉଠା ଜଳସେଚନ ପ୍ରକଳ୍ପ ଯୋଗୁ । ଅନୁଗୋଳ ଜିଲ୍ଲାର ଅଧିକାଂଶ ଚାଷୀଙ୍କ ମୁହଁରେ ହସ ଫୁଟାଇଛି ଉଠାଜଳସେଚନ । ଦିନେ ବର୍ଷାର ଅନିୟମିତତା ଯୋଗୁ ଯେଉଁ ଜମି ପଡିଆ ପଡୁଥିଲା ଲୋକେ ପାଣିର ଅଭାବ ଯୋଗୁ ଚାଷ ଠାରୁ ମୁହଁ ଫେରାଇ ନେଇଥିଲେ ଏବେ ସେମାନଙ୍କ ମୁହଁରେ ହସ ଫୁଟାଇଛି ଉଠାଜଳସେଚନ ବ୍ୟବସ୍ଥା । ବର୍ଷ ତମାମ ଫସଲ ଉତ୍ପାଦନରେ ଯେଉଁ ବାଧା ସୃଷ୍ଟି ହୋଇଥିଲା ତାକୁ ପୂରଣ କରିବାରେ ସକ୍ଷମ ହୋଇଛି ଉଠା ଜଳସେଚନ ପ୍ରକଳ୍ପ ।