ନିଜ ରାଜ୍ୟରେ କର୍ମନିଯୁକ୍ତି ନମିଳିଲେ ପୁଣି ଗଞ୍ଜାମର ପ୍ରବାସୀ ଯିବେ ସୁରଟ !
ବ୍ରହ୍ମପୁର: ରୋଜଗାର ପାଇଁ ସୁଦୂର ସୁରଟ ସହରକୁ ଯାଆନ୍ତି ଗଞ୍ଜାମ ଜିଲ୍ଲାର ଅନେକ ପ୍ରବାସୀ ଓଡିଆ। ମାତ୍ର ଏବେ କୋରୋନା ମହାମାରୀ ଭୟ ଯୋଗୁଁ ସମସ୍ତେ ନିଜ ରାଜ୍ୟକୁ ବାହୁଡିଛନ୍ତି । ଏବେ କିଏ ରାଜ୍ୟ ସରକାରଙ୍କ ଗାଇଡଲାଇନ ମାନି କ୍ବାରେନଣ୍ଟାଇନ କେନ୍ଦ୍ରରେ ଅଛି, ତ ଆଉ କିଏ କ୍ବାରେନଣ୍ଟାଇନର 14 ଦିନ ଅବଧି ପୂରା କରି ଘରେ ବସିଛି । ମାତ୍ର ଏବେ ଏମାନଙ୍କ ଭବିଷ୍ୟତକୁ ନେଇ ଦେଖାଦେଇଛି ଚିନ୍ତା । କୋରୋନା ରୂପକ ମହାମାରୀ ସରିବା ପରେ ଏମାନେ ପୁଣି ରୋଜଗାର ଆଶାରେ ସୁରଟ ଫେରିଯିବା ନେଇ ସୃଷ୍ଟି ହୋଇଛି ଅନେକ ଆଶଙ୍କା । ତେବେ ସରକାର ଯଦି ବର୍ତ୍ତମାନର ସମୟରେ ଫେରିଥିବା ପ୍ରବାସୀ ଓଡିଆଙ୍କୁ କାର୍ଯ୍ୟ ନଯୋଗାଇବେ, ସେମାନଙ୍କ ପରିବାର ଚଳିବ କିପରି ବୋଲି ପ୍ରଶ୍ନ କରିଛନ୍ତି ସେମାନଙ୍କ ପରିବାରର ମହିଳାମାନେ । ଇଟିଭି ଭାରତ ସହିତ ଆଲୋଚନା ସମୟରେ ଗଞ୍ଜାମ ଜିଲ୍ଲାର ବେଗୁନିଆପଡା ବ୍ଲକରେ ଥିବା ପ୍ରବାସୀ ଫେରନ୍ତାଙ୍କ ପରିବାର ଏଭଳି ଜଣାଇଛନ୍ତି । ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ