ଓଡିଶା

odisha

ହାତ ଛାଡି ଶଙ୍ଖରେ ଧରିଲେ ଜଗତସିଂହପୁରର ଶତାଧିକ କର୍ମୀ

By

Published : Oct 5, 2020, 5:50 PM IST

Published : Oct 5, 2020, 5:50 PM IST

ଭୁବନେଶ୍ବର: ତିର୍ତ୍ତୋଲ ଉପନିର୍ବାଚନର କିଛିଦିନ ପୂର୍ବରୁ ଦଳ ଛାଡିଲେ କଂଗ୍ରେସ ନେତା । କଂଗ୍ରେସର ୧୦ ରୁ ଉର୍ଦ୍ଧ୍ବ ନେତା ନିଜ ଶତାଧିକ ସମର୍ଥକଙ୍କ ସହ କଂଗ୍ରେସରୁ ଇସ୍ତଫା ଦେବା ସହ ବିଜୁ ଜନତା ଦଳରେ ଯୋଗ ଦେଇଛନ୍ତି । ପୂର୍ବତନ ପିସିସି ସେକ୍ରେଟାରୀ ତଥା ତୁଳଙ୍ଗ ଗ୍ରାମ ପଞ୍ଚାୟତ ଜିଲ୍ଲା ପରିଷଦ ମେମ୍ବର କୃଷ୍ଣଚନ୍ଦ୍ର ମଲ୍ଲିକ, ତିର୍ତ୍ତୋଲ ବ୍ଲକ ପୂର୍ବତନ ଚେୟାରମ୍ୟାନ ଏସ କେ ଅବଦୁଲ ଫୟଜ, ଜଗତସିଂହପୁର ଜିଲ୍ଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ବାଳ, ତିର୍ତ୍ତୋଲ ବ୍ଲକ ଚେୟାରମ୍ୟାନ ସୁଜାତା ମହାନ୍ତି, କନକପୁର ସରପଞ୍ଚ ନମିତା ରାଉଳ, ତୁଳଙ୍ଗ ପଞ୍ଚାୟତ ପୂର୍ବତନ ସରପଞ୍ଚ ରଶ୍ମି ରଞ୍ଜନ ଦାଶ , ପିସିସି କନଭେନର ଦେବେନ୍ଦ୍ର କୁମାର ମଲ୍ଲିକ, କଂଗ୍ରେସ ନେତ୍ରୀ ନିବେଦିତା ମହାନ୍ତି, ତୁଳଙ୍ଗ ଜୋନ ସଭାପତି ଧୀରେନ୍ଦ୍ର କୁମାର ପାତ୍ର, ଇବ୍ରୀସିଂ ଗ୍ରାମ ପଞ୍ଚାୟତ ସଭାପତି ସନ୍ତୋଷ ଦାସ, ତିର୍ତ୍ତୋଲ ବ୍ଲକ ସଭାପତି ଗଙ୍ଗାଧର ବିଶ୍ବାଳ ଓ କଂଗ୍ରେସ ନେତା ଶେଖ ମହତାବ ଅଲ୍ଲିଙ୍କ ସହ ଶତାଧିକ କଂଗ୍ରେସ କର୍ମୀ ଆଜି ବିଜେଡିରେ ଯୋଗ ଦେଇଛନ୍ତି ।

ABOUT THE AUTHOR

...view details