ଓଡିଶା

odisha

ETV Bharat / videos

ସହରାଞ୍ଚଳରେ ଲକ୍ଷଣ ନଥିଲେ ହୋମ ଆଇସୋଲେସନରେ ରହିବାକୁ ଅନୁମତି

By

Published : Jul 13, 2020, 7:06 PM IST

ଭୁବନେଶ୍ବର: କୋରୋନାର ଲକ୍ଷଣ କିମ୍ବା ସାମାନ୍ୟ ଲକ୍ଷଣ ଥିଲେ ମିଳିବ ହୋମ ଆଇସଲେସନର ଅନୁମତି। ସହରାଞ୍ଚଳରେ ସର୍ତ ମୂଳକ ଭାବରେ ହୋମ ଆଇସଲେସନ ପାଇଁ ମିଳିବ ଅନୁମତି। ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ ଲକ୍ଷଣ ନଥିଲେ ବା ସାମାନ୍ୟ ଲକ୍ଷଣ ରହିଥିଲେ ହୋମ ଆଇସଲେସନରେ ଅନୁମତି ମିଳିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ । ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 114 ପୌରାଞ୍ଚଳ, ବ୍ଲକ, ହେଡ କ୍ବାଟର, ଜିଲ୍ଲା ହେଡ କ୍ବାଟରରେ ସର୍ତ୍ତମୂଳକ ଭାବରେ ରହିପାରିବେ। ସରକାରଙ୍କର ସମସ୍ତ ଗାଇଡ଼ଲାଇନକୁ ମାନି ଚାଲିବାକୁ ନିର୍ଦେଶ ମଧ୍ୟ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ଏହା ଦ୍ୱାରା ଘରେ ରହିଲେ ମାନସିକତାରେ ସ୍ଥିରତା ଆସିବ। ଏଚଆଇଭି ରୋଗୀ, କ୍ୟାନ୍ସର, ଲିଭର ସମସ୍ୟା, କିଡ଼ିନ ସମସ୍ୟାସ, ଉଚ୍ଚ ରକ୍ତଚାପ ଓ ବୟସ୍କ ଲୋକ ଘରେ ରହିପାରିବେ ନାହିଁ। ରାଜ୍ୟ ସରକାର ଅନେକ କର୍ପରେଟ ଅନୁଷ୍ଠାନକୁ ମଧ୍ୟ ଅନୁମତି ପ୍ରଦାନ କରିଛି। ସବୁ ମ୍ୟୁନିସିପାଲଟି ହୋମ, ଇଷ୍ଟକଷ୍ଟ ରେଳବିଭାଗ, ପାରାଦୀପ, ଧାମରା, ଗୋପାଳପୁର, ସେଣ୍ଟାର୍ଲ ଆର୍ମସ ପୋଲିସ ଫୋର୍ସ, ଓଡିଶା ପୋଲିସ, ଓଡିଶା ଅଗ୍ନିଶମ ବିଭାଗ, ୟୁନିର୍ଭସିଟି, ଧର୍ମ ଅନୁଷ୍ଠାନ କମିଟି, ଆପାର୍ଟମେଂଟ ଆଦି ଏନଜିଓ ମାନଙ୍କର ପାଇଁ ମାନେ ଛୋଟ ହେଉ କି ବଡ ହେଉ ତାଙ୍କର ନିଜର ମେମ୍ବର ଓ କର୍ମଚାରୀ ମାନଙ୍କର ପଜିଟିଭ ବାହାରିବା ପରେ ସେହିଠାରେ ହୋମ ଆଇସଲେସନରେ ରହିବା ପାଇଁ ଅନୁମତି ଦିଆଯାଇଛି।

ABOUT THE AUTHOR

...view details