ଚାନ୍ଦିପୁରରେ ନାହିଁ ବର୍ଷା, ପବନର ବେଗ ମାତ୍ରାଧିକ
ବାଲେଶ୍ବର: ଜିଲ୍ଲାରେ ବର୍ତ୍ତମାନ ବାତ୍ୟା ୟସ୍ ତାର ପ୍ରକୋପ ଦେଖାଇବାରେ ଲାଗିଛି। ସକାଳେ ସମୁଦ୍ର ଜୁଆର ଅତ୍ୟଧିକ ମାତ୍ରାରେ ମାଡ଼ି ଆସିଥିଲା । ସେହିପରି ବର୍ତ୍ତମାନ ଚାନ୍ଦିପୁର ଅଞ୍ଚଳରେ ବର୍ଷାର ପ୍ରକୋପ ନାହିଁ କି ସମୁଦ୍ରରେ ଜୁଆର ମଧ୍ୟ ନାହିଁ। ମାତ୍ର ପବନର ବେଗ ଢେର ଅଧିକ ରହିଛି । ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ